fbpx

ବାଲିଗୁଡ଼ା ଉପଖଣ୍ଡରେ ନିର୍ମମ ହତ୍ୟାକାଣ୍ଡ; ନିଜ ୯୫ ବର୍ଷୀୟା ବୃଦ୍ଧା ମା’ଙ୍କୁ ପୋଡ଼ି ମାରିଦେଲା ପୁଅ

ଓଡିଶା ଭାସ୍କର: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଟିକାବାଲି ଥାନା ଅଧୀନ ଖଜୁରିସାହିରେ ଏକ ନିର୍ମମ ହତ୍ୟା କାଣ୍ଡ ଦେଖିବାକୁ ମିଳିଛି । ନିଜ ୯୫ ବର୍ଷୀୟା ବୃଦ୍ଧା ମା’ଙ୍କୁ ପୁଅ ପୋଡ଼ି ମାରି ଦେଇଥିବା ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଦେଖାଦେଇଛି ।

ସୂଚନା ମୁତବକ, ଖଜୁରିସାହିର ସ୍ୱର୍ଗତ ଫିଲିପ ନାୟକ ଓ ମଞ୍ଜୁଳା ନାୟକଙ୍କ ୪୯ ବର୍ଷୀୟ ପୁଅ ସମୀର ନାୟକ । ଗତ କିଛିଦିନ ହେଲା ଜେଲରୁ ଘରକୁ ସମୀର ଫେରିଥିଲା । ହେଲେ ଶନିବାର ବିଳମ୍ବିତ ରାତିରେ ନିଜ ୯୫ ବର୍ଷୀୟା ବୃଦ୍ଧା ମା’ ମଞ୍ଜୁଳା ନାୟକଙ୍କୁ ହତ୍ୟା କରି ଘରେ ଥିବା ଆସବାବ ପତ୍ର ଏବଂ ଜାଳେଣି କାଠରେ ମୃତଦେହ ପୋଡ଼ି ଦେଇଥିଲା ପୁଅ ସମୀର । ପରେ ସେ ଆଖପାଖ ଘର ଉପରକୁ ପଥର ମାଡ଼ କରିବା ସହ ଗାଡ଼ି ଭାଙ୍ଗାରୁଜା କରିଥିଲା। ରବିବାର ସକାଳେ ଗାଁ ଲୋକ ସମୀରକୁ ଧରି ଏକ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଟିକାବାଲି ଥାନାକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମୀରକୁ ଥାନାକୁ ନେଇଥିଲା। ତେବେ ଏହି ଘଟଣାକୁ ନେଇ ଉପରସ୍ତ ପୋଲିସ ଅଫିସର, ସାଇଣ୍ଟିଫିକ ଟିମ୍‌ ଏବଂ ଟିକାବାଲି ଅଗ୍ନିଶମ ବାହିନୀ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର କାରଣ ଖୋଜୁଥିବା ଜଣାପଡିଛି ।

Get real time updates directly on you device, subscribe now.