fbpx

ଶୀତ ପୂର୍ବରୁ ପାଣିପାଗରେ ହୋଇପାରେ ପରିବର୍ତ୍ତନ, ସତର୍କ ରହିବାକୁ ଜାଣନ୍ତୁ ଉପାୟ

ନୂଆଦିଲ୍ଲୀ : ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ଉପରେ ଅଂକୁଶ ଲଗାଇବାକୁ ଗ୍ରେଡ ରେସପନ୍ସ ଆକ୍ସନ ପ୍ଲାନ ଲାଗୁ ହୋଇଛି । ଏହାକୁ ୧ ଅକ୍ଟୋବରରୁ ଲାଗୁ କରାଯାଇଛି । ଗ୍ରେଡ ରିସପନ୍ସ ଆକ୍ସନ ପ୍ଲାନ ବାୟୁ ପ୍ରଦୂଷଣକୁ କମ କରିବା ପାଇଁ ଏହା ଏକ ସେଟ ଯାହାକୁ ଦିଲ୍ଲୀ ଏନସିଆରରେ ଲାଗୁ କରାଯାଇଛି । ଏଠାରେ ଏୟାର କ୍ୱାଲିଟି ଖରାପ ହେଲେ ଯାନ ବାହନ ଉପରେ ପ୍ରତିବନ୍ଧକ ଏବଂ କୋଇଲା ଏବଂ ଜାଳେଣି କାଠ ଉପରେ ପ୍ରତିବନ୍ଧକ ଲଗା ଯାଇଛି । ଆରମ୍ଭରୁ ଏୟାର କ୍ୱାଲିଟି ଖରାପ ହୋଇଛି ଏବେ ଏୟାର କ୍ୱାଲିଟିର ଇନଡେକ୍ସ ୨୦୧ ଲେବଲରେ ପହଞ୍ଚି ସାରିଛି । ଏହା ଛଡା ଶୀତ ପୂର୍ବରୁ ପାଣିପାଗରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଏହା ଦ୍ୱାରା ଅନେକ ଲୋକ ରୋଗରେ ପଡିପାରନ୍ତି । ଏହି ପରିସ୍ଥିତିରେ ଲୋକମାନଙ୍କୁ ସତର୍କ ରହିବାକୁ ପଡିବ ।
୧. ଆସ୍ଥମା ବା ସ୍ୱାଶ ରୋଗୀ
ବିଷାକ୍ତ ଗ୍ୟାସ ଯେଗୁଁ ପ୍ରଥମେ ଆସ୍ଥମା ରୋଗୀଙ୍କୁ ସତର୍କ ହେବାକୁ ପଡିବ । ସ୍ୱାଶ ରୋଗ ଥିବା ମହିଳା ଏବଂ ଛୋଟ ପିଲାଙ୍କ ଫୁସଫୁସ ସେନସେସଟିଭ ହୋଇଥାଏ । ଏହା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ ଲୋକମାନଙ୍କୁ କଷ୍ଟ ହୋଇଥାଏ । ତେବେ ଏବେଠାରୁ ସେମାନଙ୍କୁ ବ୍ରିଦିଙ୍ଗ ବ୍ୟାୟାମ ଆରମ୍ଭ କରିବାକୁ ପଡିବ । ସେମାନଙ୍କୁ ଦିନରେ ଥରେ କାଢା ପିଇବାକୁ ପଡିବ ଏବଂ ଘରୁ ବାହାରକୁ ଗଲେ ମାସ୍କ ଲଗାଇବାକୁ ପଡିବ । ଏପରି କରିବା ଦ୍ୱାରା ଆପଣ ନିଜକୁ ସୁସ୍ଥ ରଖିପାରିବେ ।

୨. ବୟସ୍କ ବ୍ୟକ୍ତି
ବୟସ୍କ ଏବଂ ଦୁର୍ବଳ ଲୋକମାନଙ୍କର ଇମ୍ୟୁନିଟି କମ ଥାଏ । ୬୦ ବର୍ଷ ପରେ ଲୋକମାନଙ୍କୁ ଅଧିକ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏହା ପରେ ପାଣିପାଗରେ ପରିବର୍ତ୍ତନ ଯୋଗୁଁ ଏମାନଙ୍କ ଉପରେ ମଧ୍ୟ ପ୍ରଭାବ ପଡିଥାଏ । ଯେଉଁ ଲୋକମାନେ ଅଧିକ ରୋଗରେ ପଡନ୍ତି ତେବେ ସେମାନଙ୍କୁ ସତର୍କ ରହିବାକୁ ପଡିବ ।

୩. ଶିଶୁ ଏବଂ ଛୋଟ ପିଲା
ଶିଶୁ ମାନଙ୍କ ଫୁସଫୁସ ଅନ୍ୟ ଅଙ୍ଗ ମାନଙ୍କ ପରି ବିକଶିତ ହୋଇଥାଏ । ତେଣୁ ସେମାନେ ମଧ୍ୟ ଜଳବାୟୁ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ହୋଇଥାନ୍ତି । ଏହା ସହିତ ଛୋଟ ପିଲାମାନଙ୍କ ଇମ୍ୟୁନିଟି ପାୱାର ମଧ୍ୟ କମ ଥାଏ । ଯାହା ଫଳରେ ତାଙ୍କୁ ଜ୍ୱର, ଝାଡା, ବାନ୍ତି ପରି ସମସ୍ୟା ଦେଖା ଯାଇଥାଏ । ଏଥି ପାଇଁ ପିତା ମାତାଙ୍କୁ ସତର୍କ ରହିବାକୁ ଡାକ୍ତର ପରାମର୍ସ ଦିଅନ୍ତି ।

Get real time updates directly on you device, subscribe now.