ୱାଲ୍ଡକପରେ ଟିମ୍ ଇଣ୍ଡିଆ ସହ ବଡ଼ ଧୋକା ! ବର୍ଷା ପାଇଁ କୌଣସି ୱାର୍ମ ଅପ୍ ମ୍ୟାଚ୍ ନ ଖେଳି ମଇଦାନକୁ ଓହ୍ଲାଇବ

ନୂଆଦିଲ୍ଲୀ: ଅକ୍ଟୋବର ୫ ରୁ ୱାଲକପ୍ -୨୦୨୩ ଆରମ୍ଭ ହେବ । ଟିମ୍ ଇଣ୍ଡିଆ ନିଜର ଯାତ୍ରା ଅକ୍ଟୋବର ୮ ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ସହିତ ଆରମ୍ଭ କରିବ । ଏହି ମ୍ୟାଚ୍ ଚେନ୍ନାଇରେ ଖେଳାଯିବ । ଅଷ୍ଟ୍ରେଲିଆ ଭଳି ଏକ ଶକ୍ତିଶାଳୀ ଦଳକୁ ସାମ୍ନା କରିବାକୁ ଟିମ୍ ଇଣ୍ଡିଆକୁ କଡ଼ା ଅଭ୍ୟାସର ଆବଶ୍ୟକତା ଥିଲା । ତାଙ୍କର ପ୍ରସ୍ତୁତି ପରୀକ୍ଷା କରିବାକୁ ତାଙ୍କର ଦୁଇଟି ୱାର୍ମ ଅପ୍ ମ୍ୟାଚ୍ ହୋଇଥିଲା, କିନ୍ତୁ ବର୍ଷା ହେତୁ ଉଭୟ ବାତିଲ ହୋଇଛି । ଟିମ୍ ଇଣ୍ଡିଆର ପ୍ରଥମ ୱାର୍ମ ଅପ୍ ମ୍ୟାଚ୍ ଗୁଆହାଟିରେ ଇଂଲଣ୍ଡ ବିପକ୍ଷରେ ଥିଲା ଓ ଦ୍ୱିତୀୟ ମ୍ୟାଚ୍ ଥିରୁବନନ୍ତପୁରମରେ ନେଦରଲ୍ୟାଣ୍ଡ ବିପକ୍ଷରେ ଥିଲା । ଉଭୟ ମ୍ୟାଚ୍ ବାତିଲ ହେବା କାରଣରୁ ଟିମ୍ ଇଣ୍ଡିଆକୁ ଏକ ଝଟକା ଲାଗିଛି । ଭାରତ ଏପରି ଏକମାତ୍ର ଟିମ୍, ଯେକି ୱାଲ୍ଡକପରେ କୌଣସି ୱାର୍ମ ଅପ୍ ମ୍ୟାଚ୍ ନ ଖେଳି ମଇଦାନକୁ ଓହ୍ଲାଇବ ।

ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୨୭ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲା । ଏହି ମ୍ୟାଚ୍ ରାଜକୋଟରେ ହୋଇଥିଲା । ୱାନଡେ ସିରିଜର ଏହା ତୃତୀୟ ମ୍ୟାଚ୍ ଥିଲା, ଯେଉଁଥିରେ ଟିମ୍ ଇଣ୍ଡିଆ ହାରିଯାଇଥିଲା । ଅବ୍ୟା ଟିମ୍ ସିରିଜକୁ ୨-୧ରେ ଜିତିଥିଲା । ଯଦି ଆମେ ୨୭ ସେପ୍ଟେ୍ଟମ୍ବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ଯାତ୍ରାକୁ ଦେଖିବା, ଟିମ୍ ଇଣ୍ଡିଆ ୭ ଦିନରେ ୩ ଟି ସହରରେ ରହି ୬,୧୧୫ କିଲୋମିଟର ଦୂରତା ଅତିକ୍ରମ କଲା ।

୧୨ ବର୍ଷ ପରେ ଟ୍ରଫି ଜିତିବାର ସମ୍ଭାବନା :-
ଏଥର ବିଶ୍ୱକପ ଜିତିବାର ଟିମ୍ ଇଣ୍ଡିଆ ପାଖରେ ଏକ ଭଲ ସୁଯୋଗ ରହିଛି । ୧୨ ବର୍ଷ ପରେ କ୍ରିକେଟ୍ ର ମହାକୁମ୍ବ ନିଜ ମାଟିରେ ଖେଳାଯାଉଛି । ୨୦୧୧ ରେ ଯେତେବେଳେ ଭାରତରେ ବିଶ୍ୱକପ୍ ଖେଳାଯାଇଥିଲା, ସେତେବେଳେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଚାମ୍ପିଅନ୍ ହୋଇଥିଲା । ଟିମ୍ ଫାଇନାଲରେ ଶ୍ରୀଲଙ୍କାକୁ ହରାଇଥିଲା । ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ଦୁଇଥର ବିଶ୍ୱକପ୍ ଟ୍ରଫି ଜିତିଛି । ଅବଶ୍ୟ ୧୦ ବର୍ଷ ଧରି ଆଇସିସି ଟ୍ରଫି ଜିତିବାରେ ସକ୍ଷମ ହୋଇନାହିଁ ।

୨୦୧୩ ରେ ଶେଷ ଥର ପାଇଁ ଟିମ୍ ଇଣ୍ଡିଆ ଆଇସିସି ଟ୍ରଫି ଜିତିଥିଲା । ସେ ଇଂଲଣ୍ଡରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫି ଜିତିଥିଲେ । ଧୋନି ଦଳର ଅଧିନାୟକ ଥିଲେ । ଏବେ ରୋହିତଙ୍କୁ ଇତିହାସ ସୃଷ୍ଟି କରିବାର ସୁଯୋଗ ରହିଛି ଏବଂ ଯଦି ସେ ଏହା କରନ୍ତି, ତେବେ କପିଲ ଦେବ, ମହେନ୍ଦ୍ର ସିଂ ଧୋନିଙ୍କ ପରେ ବିଶ୍ୱକପ ଟ୍ରଫି ଜିତିବାରେ ତୃତୀୟ ଭାରତୀୟ ଅଧିନାୟକ ହେବେ ।