fbpx

ବିଶ୍ୱକପ ପୂର୍ବରୁ ଲାଗିଲା ଝଟକା: ଅଧିନାୟକ ଏବଂ ଷ୍ଟାର ଅଲରାଉଣ୍ଡର ଦଳରୁ ବାଦ, ବୋଲର ବି ଖେଳିବେନି

ନୂଆଦିଲ୍ଲୀ: ରାତି ପାହିଲେ ଆରମ୍ଭ ହେବ ଦିନିକିଆ ବିଶ୍ୱକପ ମହାସମର । କିନ୍ତୁ ଓପନିଙ୍ଗ ମ୍ୟାଚର ଶୁଭାରମ୍ଭ ପୂର୍ବରୁ ଦଳକୁ ଲାଗିଛି ଶକ୍ତ ଝଟକା । ଅଧିନାୟକଙ୍କ ସମେତ ଦଳର ପ୍ରମୁଖ ଷ୍ଟାର ବୋଲର ଦଳରୁ ବାଦ ପଡ଼ିଛନ୍ତି । ଏହାବ୍ୟତୀତ ଆଉ ଜଣେ ଷ୍ଟାର ଅଲରାଉଣ୍ଡର ମଧ୍ୟ ଏହି ମ୍ୟାଚ ଖେଳି ପାରିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି । ଏହି ଖବର ବର୍ତ୍ତମାନ ଦଳରେ ଚିନ୍ତା ବଢାଇ ଦେଇଛି । ତେବେ ଅଧିନାୟକଙ୍କ ଅନୁପସ୍ଥିତିରେ ଟିମ୍ ତରଫରୁ ଷ୍ଟାଣ୍ଡବାଏ କ୍ୟାପ୍ଟେନ ଏହି ଖବର ଦେଇଛନ୍ତି । ତେବେ ଆହତ ସମସ୍ୟା ପାଇଁ ଏହି ଖେଳାଳିମାନେ ଖେଳି ପାରିବେ ନାହିଁ ବୋଲି ଜାଣିବାକୁ ମିଳିଛି ।

ଆସନ୍ତାକାଲି ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଗତ ସିଜନର ଫାଇନାଲିଷ୍ଟ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ । ତେବେ ଏହି ମ୍ୟାଚ ପୂର୍ବରୁ ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ୱିଲିୟମସନ୍ ଦଳରୁ ବାଦ୍ ପଡ଼ିଛନ୍ତି । ତେବେ ପ୍ରକୃତ ଘଟଣା ହେଉଛି ସେ ଏପର୍ଯ୍ୟନ୍ତ ସୁସ୍ଥ ହୋଇ ପାରିନାହାନ୍ତି । ତେଣୁ ପ୍ରଥମ ମ୍ୟାଚ ଖେଳିବା ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ତେବେ ଆଗାମୀ ମ୍ୟାଚ ପୂର୍ବରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ କମବ୍ୟାକ କରିପାରିବେ ବୋଲି ଆଶା କରାଯାଉଛି । ତାଙ୍କ ବ୍ୟତୀତ ଦଳର ପ୍ରମୁଖ ବୋଲର ଟିମ ସାଉଦୀ ମଧ୍ୟ ବର୍ତ୍ତମାନ ସୁଦ୍ଧା ଭାରତରେ ପହଞ୍ଚି ପାରିନାହାନ୍ତି । ଆଙ୍ଗୁଠିରେ ଆଘାତ ଯୋଗୁଁ ସେ ଏହାର ସର୍ଜରୀ କରାଇଥିଲେ, ଯାହା ଫଳରେ ବିଶ୍ୱକପ ପାଇଁ ବିଳମ୍ବରେ ଭାରତକୁ ଆସିବେ ସାଉଦୀ । ତେଣୁ ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ସେ ଭାଗ ନେଇ ପାରିବେ ନାହିଁ । ତେବେ ଏ ନେଇ ଦଳର ଷ୍ଟାଣ୍ଡବାଏ କ୍ୟାପ୍ଟେନ ଟମ୍ ଲାଥମ୍ ସୂଚନା ଦେଇଛନ୍ତି ।

ସେହିପରି ୨୦୧୯ ବିଶ୍ୱକପ ଫାଇନାଲରେ ଇଂଲଣ୍ଡର ଚମ୍ପିଆନ୍ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ମଧ୍ୟ ଏହି ମ୍ୟାଚରୁ ବାଦ୍ ପଡ଼ିଛନ୍ତି । ଆହତ ସମସ୍ୟା ଦେଇ ଗତି କରୁିବା ଷ୍ଟୋକ୍ସ ଏହି ମ୍ୟାଚରେ ଖେଳି ପାରିବେ ନାହିଁ ବୋଲି ଜାଣିବାକୁ ମିଳିଛି । ତେବେ ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର କହିଛନ୍ତି ଯେ, ଅକ୍ଟୋବର ୫ ତାରିଖ ପରେ ଅଭ୍ୟାସରୁ ହିଁ ତାଙ୍କ ଖେଳିବା ନେଇ ଜଣାପଡ଼ିବ । ତେବେ ଖୁବ ଶୀଘ୍ର ସେ ଦଳକୁ କମବ୍ୟାକ କରିବେ ବୋଲି ଖେଳାଳିମାନେ ଆଶା ରଖିଛନ୍ତି ।

Get real time updates directly on you device, subscribe now.