fbpx

ସିକିମ ବନ୍ୟାରେ ଓଡିଆ ଯବାନ ସହୀଦ, ଭିଡିଓ କଲ୍ ଯୋଗେ ଫଟୋ ଦେଖି ମୃତଦେହ ଚିହ୍ନଟ କଲେ ପରିବାର

ଭୁବନେଶ୍ୱର: ସିକିମ ପ୍ରଳୟଙ୍କାରୀ ବନ୍ୟାରେ ସହୀଦ ହୋଇଛନ୍ତି ଓଡିଆ ପୁଅ ହାବିଲଦାର ସରୋଜ ଦାସ । ସେ ୨ ଦିନ ଧରି ଥିଲେ ନିଖୋଜ ଥିଲେ । ଆଜି ଭିଡିଓ କଲ ଯୋଗେ ଫଟୋ ଦେଖି ମୃତଦେହ ଚିହ୍ନଟ କରିଛନ୍ତି ପରିବାର । ଏହି ଭୟାବହ ବନ୍ୟାରେ ୨୩ ଜଣ ଯବାନ ନିଖୋଜ ହୋଇଯାଇଥିଲେ ।ଲୋକଙ୍କୁ ଉଦ୍ଧାର କରିବାକୁ ଯାଇ ଏହି ସମସ୍ତ ଯବାନ ଜଳସ୍ରୋତରେ ଭାସିଯାଇଥିଲେ । ସହୀଦ ହୋଇଥିବା ଏହି ଯବାନଙ୍କ ଘର ଢେଙ୍କାନାଳର ଭୁବନ ଗ୍ରାମରେ ଥିଲା । ତାଙ୍କ ଅକାଳ ବିୟୋଗରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଭୁବନ ବ୍ଲକ କାମାକ୍ଷାନଗର ଥାନା କେନ୍ଦୁଢିପ ଗାଁର ରାମଚନ୍ଦ୍ର ଦାସଙ୍କ ପୁଅ ସରୋଜ ୨୦୧୨ ମସିହା ଅକ୍ଟୋବର ୨୧ ତାରିଖରେ ସେନାରେ ସିପାହୀ ଭାବେ ନିଯୁକ୍ତି ପାଇଥିଲେ । ମଙ୍ଗଳବାର ରାତି ୧୦ଟା ବେଳେ ସରୋଜ ଫୋନରେ ପରିବାର ଲୋକଙ୍କ ସହ କଥା ହୋଇଥିଲେ । ପ୍ରବଳ ବର୍ଷା ଯୋଗୁ ସେ ଗାଡି ଭିତରେ ରହିଥିବା କଥା ପରିବାର ଲୋକଙ୍କୁ କହିଥିଲେ । ଏହାପରେ ତାଙ୍କ ସହ ଆଉ ଯୋଗାଯୋଗ ହୋଇପାରି ନ ଥିଲା । ସରୋଜ ପରିବାରର ସବୁଠାରୁ ସାନପୁଅ ଥିଲେ । ମାତ୍ର ୭ ମାସ ତଳେ ସେ ବିବାହ କରିଥିଲେ । ଅଗଷ୍ଟ ମାସରେ ଘରକୁ ବୁଲିବାକୁ ଆସି ସେପ୍ଟେମ୍ବର ୬ ତାରିଖରେ ସିକିମକୁ ଡ୍ୟୁଟି ପାଇଁ ଯାଇଥିଲେ ।

Get real time updates directly on you device, subscribe now.