fbpx

ପୁଅ ଝିଅ ଏକାଠି ବସିଲେ କିମ୍ବା ଥଟ୍ଟା ମଜା କଲେ କଲେଜରୁ ନାମ କାଟି ଦିଆଯିବ, କେଉଁ କଲେଜରେ ଲାଗିଲା ଏପରି ନୋଟିସ୍ ଜାଣନ୍ତୁ

ନୂଆଦିଲ୍ଲୀ: ବିହାର ଜୟପ୍ରକାଶ ବିଶ୍ୱବିଦ୍ୟାଳୟର ଜେଡ୍‌ଏ ଇସଲାମିଆ ପିଜି କଲେଜର ତୁଗଲକି ଆଇନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ଅଧ୍ୟକ୍ଷଙ୍କ ନୋଟିସ୍‌ରେ କୁହାଯାଇଛି ଯେ, କଲେଜରେ ପୁଅ ଝିଅ ଏକାଠି ବସିବା କିମ୍ବା ଥଟ୍ଟା ମଜା କରୁଥିବାର ନଜର ଆସିଲେ କଲେଜରୁ ସେମାନଙ୍କ ନାମ କାଟି ଦିଆଯିବ । ଏହି ନୋଟିସ୍ ଦେଖିବା ପରେ କଲେଜର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଅହମଦ ଗନି ନଗରସ୍ଥିତ ଜେଡ୍‌ଏ ଇସଲାମିଆ ପିଜି କଲେଜର ଅଧ୍ୟକ୍ଷ ଇଦରିଶ ଆଲମ ନୋଟିସରେ ଲେଖିଛନ୍ତି , ଯଦି ମହାବିଦ୍ୟାଳୟ ପରିସରରେ ଛାତ୍ର ଓ ଛାତ୍ରୀଙ୍କୁ ଏକାଠି ବସି ଆଳାପ ଆଲୋଚନା କିମ୍ବା ହସ ମଜ୍ଜା କରୁଥିବାର ଦେଖାଯିବ ତେବେ ସେମାନଙ୍କ ନାମାଙ୍କନ ରଦ୍ଦ କରିଦିଆଯିବ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଧାରା ୨୯ ଓ ୩୦ ଅନ୍ତର୍ଗତ ସ୍ଥାପିତ ଏହା ଏକ ଅଳ୍ପସଂଖ୍ୟକ ମହାବିଦ୍ୟାଳୟ ।

ଏଠାରେ ସୂଚାଇ ଦିଆଯାଇପାରେ କି କଲେଜରେ ୨ ଜଣ ଛାତ୍ରଙ୍କ ମଧ୍ୟରେ ବୟଫ୍ରେଣ୍ଡ କଥାକୁ ନେଇ ମାରପିଟ୍ ହୋଇଥିଲା । ବିଚ୍ ସଡକ ଉପରେ ହୋଇଥିବା ଏହି ମାଡପିଟର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଘଟଣା ପରେ ଅଧ୍ୟକ୍ଷ ଏପରି ନୋଟିସ୍ ଜାରି କରିଛନ୍ତି ।

Get real time updates directly on you device, subscribe now.