fbpx

ଦିଲ୍ଲୀର ମାଓ ସମୀକ୍ଷା ବୈଠକରେ ପୁଣି ନବୀନଙ୍କୁ ପ୍ରଶଂସା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ଓଡିଶା ଭାସ୍କର; ଗତ ଅଗଷ୍ଟ ମାସରେ ସରକାରୀ ଗସ୍ତ ଭାବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡିଶା ଆସିଥିଲେ । ନକ୍ସଲ ମୁକାବିଲା କ୍ଷେତ୍ରରେ ଓଡ଼ିଶା ସଫଳ ହୋଇପାରଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ । ଏହାସହ ବିପର୍ୟ୍ୟୟ ପରିଚାଳନା ନେଇ ମଧ୍ୟ ରାଜ୍ୟ ସରକାରଙ୍କୁ ସାବାସି ଦେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା କରିଥିଲେ । ଯାହାକୁ ନେଇ ରାଜନୀତି ଖୁବ ସରଗରମ ହୋଇଥିବା ବେଳେ ପୁଣି ଥରେ ଅମିତ ଶାହା ନବୀନଙ୍କ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି ।

ସୂଚନା ଥାଉକି, ଆଜି ନୂଆଦିଲ୍ଲୀରେ ନକ୍ସଲ ପ୍ରଭାବିତ ରାଜ୍ୟଗୁଡିକର ସୁରକ୍ଷା ସ୍ଥିତିକୁ ସମୀକ୍ଷା କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ କରାଯାଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ଓ ମଧ୍ୟପ୍ରଦେଶ ସମେତ ଅନ୍ୟାନ୍ୟ ନକ୍ସଲ ପ୍ରଭାବିତ ରାଜ୍ୟର ପୁଲିସ ଡିଜି ଏବଂ ମୁଖ୍ୟ ଶାସନ ସଚିବ ଯୋଗ ଦେଇଥିଲେ । ତେବେ ଏହି ବୈଠକ ପରିପ୍ରେକ୍ଷୀରେ ଓଡିଶାର ମାଓଦମନ ନିତିକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ରାଜ୍ୟରେ ମାଓବାଦୀଙ୍କ କାର୍ଯ୍ୟକଳାପ ହ୍ରାସ ପାଇଛି । ଏହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସମ୍ଭବ ହୋଇଛି । ତାଙ୍କର ମାଓଦମନ ରଣନୀତୀ ଯୋଗୁ ଓଡିଶାରେ ପୂର୍ବ ଅପେକ୍ଷା ମାଓ ପ୍ରବଣ ଜିଲ୍ଲା ହ୍ରାସ ପାଇବା ସହ ମାଓ ହିଂସା ଦେଖିବାକୁ ମିଳୁନି ବୋଲି କହି ନବୀନଙ୍କ ପ୍ରଶଂସା କରିଛନ୍ତି ଶାହା।

ତେବେ ଏଠାରେ କହି ରଖୁଛୁ ଯେ, ରାଜ୍ୟରେ ନକ୍ସଲ ମୁକାବିଲା ପାଇଁ କେନ୍ଦ୍ରକୁ ହେଲିକପ୍ଟର ମାଗିବା ସହ ଅନ୍ୟାନ ସାହାଯ୍ୟ ମାଗିଛି ଓଡ଼ିଶା । ନକ୍ସଲ ଦମନ ପାଇଁ ହେଲିକପ୍ଟରର ଆବଶ୍ୟକତା ଥିବା କେନ୍ଦ୍ରରେ ଦାବି ରଖିଛି ଓଡିଶା। ଟେଲି ଯୋଗାଯୋଗ ସହ ଅଧିକ ସଂଖ୍ୟାରେ ମୋବାଇଲ ଟାୱାର ବସାଇବାକୁ ମଧ୍ୟ କୁହାଯାଇଛି । ଏହା ସହ ମାଓ ଅଞ୍ଚଳରେ ଉନ୍ନୟନ ମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କେନ୍ଦ୍ରକୁ ରାଜ୍ୟ ଦାବି କରିଛି । ସେହିପରି ନକ୍ସଲ ମୁକାବିଲା ଓଡ଼ିଶା ଦେଶରେ ଅଗ୍ରଣୀ ସ୍ଥାନ ନେଇଛି ଏବଂ ଆଗକୁ ମଧ୍ୟ ଆଗରେ ରହିବ ବୋଲି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି।

Get real time updates directly on you device, subscribe now.