fbpx

MBBS ପ୍ରାର୍ଥୀଙ୍କ ପାଇଁ ବଡ଼ ଖବର: ପାସ୍ ମାର୍କରେ ହେଲା ପରିବର୍ତ୍ତନ

ନୂଆଦିଲ୍ଲୀ: ମେଡିକାଲ ପଢ଼ୁଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ନ୍ୟାସନାଲ ମେଡିକାଲ କମିସନ୍(ଏନଏମସି) ଶୁକ୍ରବାର ଅର୍ଥାତ୍ ଅକ୍ଟୋବର ୬ରେ ଏମବିବିଏସ ପାସ୍ ମାର୍କକୁ ୪୦ ପ୍ରତିଶତ ହ୍ରାସ କରିବାକୁ ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ପ୍ରତ୍ୟାହାର କରିନେଇଛି ।

ଏନବିସି କହିଛି ଯେ, ଏମବିବିଏସ ପାସ୍ ମାର୍କରେ କଟ୍ ଅଫକୁ ୪୦ ପ୍ରତିଶତ ହ୍ରାସ କରିବା ସମ୍ଭବ ନୁହେଁ । ଆୟୋଗ କହିଛନ୍ତି ଯେ ବିଷୟବସ୍ତୁ ଉପରେ ଗଭୀର ବିଚାର କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ଏହାପୂର୍ବରୁ ସେପ୍ଟେମ୍ବର ମାସରେ ଆୟୋଗ ଏମବିବିଏସ ବିଷୟଗୁଡିକ ପାଇଁ ପାସ୍ ମାର୍କକୁ ୪୦ ପ୍ରତିଶତକୁ ହ୍ରାସ କରିଥିଲା । ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ପରୀକ୍ଷାରେ ପାସ୍ ମାର୍କକୁ ନେଇ ଆୟୋଗ ଦକ୍ଷତା ଭିତ୍ତିକ ମେଡିକାଲ୍ ଶିକ୍ଷା (ସିବିଏମଇ) ପାଠ୍ୟକ୍ରମ ନିର୍ଦ୍ଦେଶାବଳୀରେ ସଂଶୋଧନ କରିଥିଲା । ଆସନ୍ତୁ ଜାଣିବା ଯେ ୧ ସେପ୍ଟେମ୍ବରରେ ଆୟୋଗ ଦ୍ୱାରା ସଂଶୋଧିତ ସିବିଏମଇ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା ।

Get real time updates directly on you device, subscribe now.