fbpx

ଜିଏସଟି କାଉନସିଲର ୫୨ ତମ ବୈଠକ: ଏହିସବୁ ସାମଗ୍ରୀ ଉପରେ କମିଲା ଜିଏସ୍‌ଟି, ମଦ ଉପରେ ନିଆଗଲା ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି କାଉନସିଲର ୫୨ ତମ ବୈଠକରେ ବହୁ ବଡ ନିଷ୍ପତ୍ତି ନିଆଯାଇଛି । ଜିଏସଟି ପରିଷଦ ପକ୍ଷରୁ ବାଜରା ଅଟାରୁ ପ୍ରସ୍ତୁତ ରୁଟି ଉପରେ ୫ ପ୍ରତିଶତ ଟିକସ ଲଗାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତିତ ପରିଷଦ ଶିରା ଉପରେ ଜିଏସଟି ୧୮ ପ୍ରତିଶତରୁ ହ୍ରାସ କରି ୫ ପ୍ରତିଶତ କରିଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ଜିଏସଟି କାଉନସିଲର ଫିଟମେଣ୍ଟ କମିଟି ପ୍ରଥମେ ଏହା ଉପରେ ଟିକସ ଛାଡ କରିବାକୁ ସୁପାରିଶ କରିଥିଲେ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ବଜରା ଅଟା ଏହାର ପୋଷଣ ଓ ସ୍ୱାସ୍ତ୍ୟପ୍ରଦ ଗୁଣ ଲାଗି ଲୋକମାନଙ୍କର ପ୍ରଥମ ପସନ୍ଦ ଅଟେ ।

ରିପୋର୍ଟରୁ ଜଣାଯାଇଛି ଜିଏସଟି କାଉନସିଲ ଆଲକୋହୋଲିକ୍‌ଯୁକ୍ତ ମଦ ନିର୍ମାଣ ଲାଗି ଆବଶ୍ୟକ ପଡୁଥିବା ଏକ୍ସଟ୍ରା ନ୍ୟୁଟ୍ରାଲ ଆଲକୋହଲ୍ ଉପରେ ଜିଏସଟି ଛାଡ କରିଛନ୍ତି । ଶସ୍ୟ ଆଧାରିତ ଓ ଗୁଡ ଆଧାରିତ ଇଏନଏ ଉପରେ ଜିଏସଟି ଛାଡ କରାଯିବ । ତେବେ ଅଧିକାରୀକ ଭାବରେ ଏ ବିଷୟରେ ଘୋଷଣା କରାଯାଇନାହିଁ ।

ଏହା ସହିତ ଜିଏସଟି ପରିଷଦ ବୈଠକରେ ଡାଟା ସେଣ୍ଟର ଉପରେ ଟିକସ ଲାଗି ସ୍ପଷ୍ଟୀକରଣ ବି ଆସିପାରେ । ଏହି ବୈଠକରେ ଅନଲାଇନ୍ ଗେମିଂ କ୍ଷେତ୍ର ଉପରେ ବି ଆଲୋଚନା ହୋଇଥିଲା । ଅର୍ଥମନ୍ତ୍ରୀ କହିଥିଲେ ଅନଲାଇନ୍ ଗେମିଂ କ୍ଷେତ୍ର ୫୦,୦୦୦ଯୁବକଙ୍କ ଲାଗି ରୋଜଗାର କ୍ଷେତ୍ର ହୋଇପାରିଛି । ଏହି କ୍ଷେତ୍ର ୧୭,୦୦୦ କୋଟି ବିଦେଶୀ ନିବେଶ ଆକର୍ଷିତ କରିପାରିଛି । ତେଣୁ ଏହି ନିବେଶକୁ ରକ୍ଷା କରିବା ଲାଗି ଏ କ୍ଷେତ୍ରରେ ଲାଗିଥିବା ଟିକସ ଚୋରୀ ନୋଟିସକୁ ସମାପ୍ତ କରିନେବାକୁ ନେଇ ଆଲୋଚନା ହୋଇଥିଲା ।

Get real time updates directly on you device, subscribe now.