ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ଘଟଣା । ଏହି ଘଟଣାକୁ ନେଇ ସାଇବର ଥାନାରେ ଏତଲା ଦେଲା ମାଧ୍ୟମିକ ଶିକ୍ଷା ପରିଷଦ । ଏକ ୟୁଟ୍ୟୁବ ଚ୍ୟାନେଲ ନାଁରେ ଏତଲା ଦେଇଥିବା ସୂଚନା । ଏହାସହ କ୍ରାଇମବ୍ରାଞ୍ଚ କଟକ ନିକଟରେ ଲିଖିତ ଅଭିଯୋଗ ଦାଖଲ କରିବା ସହ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରାଯାଇଛି । ସଂପୃକ୍ତ ୟୁଟ୍ୟୁବ ଚ୍ୟାନେଲ ବିରୋଧରେ ଏତଲା ଦେବା ପରେ ବୋର୍ଡ ପକ୍ଷରୁ ପ୍ରେସ ରିଲିଜ ଜାରି କରି ଏହି ସୂଚନା ଦିଆଯାଇଛି ।