fbpx

(Video) ‘ଏ ଧନ ତୁମେ ଉଠିଯାଅ… ତୁମ ବିନା ମୁଁ ବଞ୍ଚିପାରିବି ନାହିଁ…’

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଦୁଆର ମୁହଁରେ ପହଞ୍ଚି ଯାଇଛନ୍ତି ସହଦି ସ୍ୱାମୀ । ବିକଳ ହୋଇ ଘରୁ ଦୌଡ଼ି ଆସିଛନ୍ତି ଏବେ ଏବେ ବିଧବାର ଆକ୍ଷା ପାଇଥିବା ସ୍ତ୍ରୀ । ସହିଦ ସ୍ୱାମୀର ଛାତିରେ ମୁଣ୍ଡକୁ ପିଟି କାନ୍ଦିବାରେ ଲାଗିଛନ୍ତି । ଆଖିରୁ ନିଗିଡ଼ି ପଡ଼ୁଛି ଧାର ଧାର ଲୁହ । କହୁଛନ୍ତି ତୁମେ ମୋତେ କଣ ପାଇଁ ଛାଡ଼ିକି ଚାଲିଗଲ । ୭ ଜନ୍ମ ପର୍ଯ୍ୟନ୍ତ ସାଥିରେ ରହିବା ପାଇଁ ପ୍ରତିଶ୍ରୁତି ଖାଇ କଣ ପାଇଁ ମାତ୍ର ୭ ମାସରେ ପର କରିଦେଲ । ଏ ଧନ ତୁମେ ଉଠିଯାଅ । ତୁମ ବିନା ମୁଁ ବଞ୍ଚିପାରିବି ନାହିଁ । ଏ ଦୃଶ୍ୟକୁ ଯିଏ ବି ଦେଖିବ ତା ଆଖିରୁ ଝରି ପଡ଼ିବ ଝରଣା ପରି ଲୁହ । ଏ ଦୁଃଖକୁ କେବଳ ଗୋଟିଏ ସ୍ତ୍ରୀ ହିଁ ବୁଝି ପାରିବ । କେତେ କଷ୍ଟ ଏ ଯନ୍ତ୍ରଣା ।

ବାହାଘରର ମାତ୍ର ୭ ମାସ ଭିତରେ ସିନ୍ଥିରୁ ସିନ୍ଦୁର ପୋଛି ହୋଇଯିବା ଗୋଟିଏ ନବ ବଧୁ ପାଇଁ କେତେେ ଅସହ୍ୟ କେବଳ ସରୋଜଙ୍କ ସ୍ତ୍ରୀହିଁ ବୁଝିପାରୁଥିବେ । କାନ୍ଥରେ ସେମିତି ଝଟକୁଛି ସରୋଜ ୱେଡ୍ସ ଲୋପାମୁଦ୍ରା । ହେଲେ ଲୋପାଙ୍କ ସିନ୍ଥିରୁ ସିନ୍ଦୁର ଲିଭିଯାଇଛି ଆଉ ପାଇଛନ୍ତି ସହିଦ ପତ୍ନିର ଆକ୍ଷା । ୭ ମାସର ବାହାଘରରେ ୬୦ ଦିନରୁ କମ୍ ସମୟ ପାଇଁ ସ୍ୱାମୀକୁ ପାଖରେ ପାଇଥିବା ସ୍ତ୍ରୀ ଯେ କେମିତି ପରିସ୍ଥିତିରେ ଥିବେ ତାହା ଏହି ଦୃଶ୍ୟରୁ ସଫା ସଫା ବାରି ହୋଇ ପଡ଼ୁଛି । ଓଃ କେତେ ଦାରୁଣ ଦୁଃଖ ଇଏ । କେମିତି ବା ଜଣେ ସ୍ତ୍ରୀ ଏହାକୁ ସହିବ ।

ଏ ଦୁଃଖଦ ମୁହୂର୍ତ୍ତକୁ ବଖାଣିବା ଆମ ପକ୍ଷେ ମଧ୍ୟ ଅସମ୍ଭବ ହୋଇଥିଲା । ଆଖିରୁ ଲୁହ ଝରିଥିଲା ହାତ ବୋଲ ମାନି ନଥିଲା । ଟିକେ ଏ ଦୃଶ୍ୟକୁ ଦେଖନ୍ତୁ ଚାରିପଟେ ଛିଡ଼ା ହୋଇଛନ୍ତି ଶହ ଶହ ଲୋକ । ମଝିରେ ସହିଦକୁ ଧରି କାନ୍ଦୁଛନ୍ତି ସ୍ତ୍ରୀ । ଏ ଦୃଶ୍ୟ ଆଜି ପ୍ରତିଟି ବ୍ୟକ୍ତିଙ୍କ ଆଖିରୁ ଲୁହ ବୁହାଇ ଦେଇଥିବ । ତେବେ ସିକ୍କିମରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ପରେ ଗାଁରେ ଆସି ପହଞ୍ଚିଥି ସହିଦ ସରୋଜଙ୍କ ପାର୍ଥିବ ଶରୀର । ପୁରା ଗାଁ ମିଳି ମିଶି ପୁଅକୁ ସ୍ୱାଗତ କରିଛନ୍ତି । ତେବେ କିଛି ସମୟ ପରେ ରାଷ୍ଟ୍ରିୟ ସମ୍ମାନ ପରେ ଶେଷକୃତ୍ୟ ସମ୍ମନ୍ନ ହେବ ।

Get real time updates directly on you device, subscribe now.