fbpx

କୁସ୍ତିରେ ଦୀପକ ପୁନିଆ ହାତେଇଲେ ସିଲଭର

ଓଡିଶା ଭାସ୍କର; ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସିଆନ ଗେମ୍ସର ଆଜି ହେଉଛି ଚତୁର୍ଦ୍ଦଶ ଦିବସ । ଏହି ଅବସରରେ ଭାରତୀୟ ଦଳ ସମସ୍ତ ପ୍ରତିଯୋଗିତାରେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ଏହାରି ମଧ୍ୟରେ କୁସ୍ତିରେ ଭାରତ ଆଉ ଏକ ପଦକ ପାଇଛି । ୮୬ କିଲୋଗ୍ରାମ ଓଜନ ବର୍ଗର ଫାଇନାଲରେ ହସନ ୟାଜଦାନିଚାରାଟି ଦୀପକ ପୁନିଆଙ୍କୁ ୧୦-୦ ରେ ପରାସ୍ତ ହରାଇଛି । ଫଳରେ ଦୀପକଙ୍କୁ ରୌପ୍ୟ ପଦକ ସହିତ ସନ୍ତୁଷ୍ଟ ହେବାକୁ ପଡିଲା । ଅନ୍ୟପଟେ ଭାରତୀୟ ମହିଳା ହକି ଦଳ ଜାପାନକୁ ୨-୧ରେ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛି ।

Get real time updates directly on you device, subscribe now.