fbpx

ମେଡିସିନ୍ ସପ୍‌ରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାକୁ ଆସିଲା ୭୫୦କୋଟି ଟଙ୍କା, ମେସେଜ୍ ପଢିବା ପରେ ଉଡିଗଲା ହୋସ୍

ଚେନ୍ନାଇ: ଚେନ୍ନାଇରେ ଏକ ମେଡିସିନ୍ ସପ୍‌ରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ହୋସ୍ ଉଡିଯିବା ପରି ଲାଗିଥିଲା ଯେତେବେଳେ ସେ ନିଜ ଫୋନ୍‌କୁ ଆସିଥିବା ଏସଏମଏସ୍ ଦେଖିଥିଲେ । ଏହି ଏସଏମଏସ୍ ଜରିଆରେ ସେ ଜାଣିବାକୁ ପାଇଲେ ଯେ, ତାଙ୍କ ବ୍ୟାଙ୍କ ବାଲାନ୍ସ ୭୫୩ କୋଟି ଟଙ୍କା ହୋଇଯାଇଛି ବୋଲି । କରନକୋଭିଲରେ ରହୁଥିବା ଏହି ବ୍ୟକ୍ତିଙ୍କ ନାମ ହେଉଛି ମହମ୍ମଦ ଇଦରିସ୍ । ସେ ତେନାମାପେଟର ଏକ ମେଡିସିନ୍ ସପ୍‌ରେ କାମ କରନ୍ତି । ୭ ଅକ୍ଟୋବରରେ ସେ କୋଟାକ ମହିନ୍ଦ୍ରାରେ ଥିବା ନିଜ ବ୍ୟାଙ୍କ ଖାତାରେ ୨୦୦୦ଟଙ୍କା ଜମା କରିଥିଲେ ।

ଯେତେବେଳେ ଇଦରିସ୍ ନିଜର ବାଲାନ୍ସ ଚେକ୍ କରିବାକୁ ବ୍ୟାଙ୍କରୁ ଆସିଥିବା ଏସଏମଏସ୍ ଚେକ୍ କରିଥିଲେ ସେତେବେଳେ ତାଙ୍କର ହୋସ୍ ଉଡି ଯାଇଥିଲା । କାରଣ ତାଙ୍କ ବ୍ୟାଙ୍କ ଖାତାରେ ୭୫୩ କୋଟି ଟଙ୍କା ବାଲାନ୍ସ ଅଛି ବୋଲି ମେସେଜ୍ ଆସିଥିଲା । ଏ ବିଷୟରେ ତୁରନ୍ତ ସେ ବ୍ୟାଙ୍କ ସହ ପରାମର୍ଶ କରିଥିଲେ । ବ୍ୟାଙ୍କ ପକ୍ଷରୁ ତାଙ୍କ ଖାତାକୁ ଫ୍ରିଜ୍ କରି ଦିଆଯାଇଛି । ଅଧିକାରୀ କହିଛନ୍ତି ଟେକନିକାଲ ତ୍ରୁଟି କାରଣରୁ ଏପରି ହୋଇଛି ।

Get real time updates directly on you device, subscribe now.