fbpx

ଏଣିକି କୃଷକ ବି ପାଇବେ ପ୍ରତିମାସରେ ୩,୦୦୦ଟଙ୍କା ପେନସନ୍‌, କେବଳ ଏତିକି କାମ କରିବାକୁ ହେବ

ନୂଆଦିଲ୍ଲୀ: କୃଷକଙ୍କ ସହାୟତା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଲାଭଦାୟକ ଯୋଜନା ପରିଚାଳନା କରାଯାଉଛି । ସେଥିମଧ୍ୟରୁ ଏକ ଯୋଜନା ହେଉଛି ପିଏମ୍ କିଷାନ ମାନଧନ ଯୋଜନା । ଏହି ଯୋଜନା ଜରିଆରେ ସରକାର ପ୍ରତି ମାସରେ କୃଷକଙ୍କୁ ୩ ହଜାର ଟଙ୍କା ପେନସନ ପ୍ରଦାନ କରୁଛନ୍ତି ।

ଏହି ଯୋଜନାରେ କେବଳ ୧୮ରୁ ୪୦ ବର୍ଷ ମଧ୍ୟରେ କୃଷକମାନେ ଆବେଦନ କରିପାରିବେ । ଆବେଦନକର୍ତ୍ତାଙ୍କ ବୟସ ଅନୁସାରେ ଏହି ଯୋଜନାରେ ସେମାନେ ଅର୍ଥରାଶି ନିବେଶ କରିବେ । ଯଦି ଆପଣ ୧୮ ବର୍ଷରେ ଏହି ଯୋଜନାରେ ନିବେଶ କରୁଛନ୍ତି ତେବେ ଆପଣଙ୍କୁ ପ୍ରତିମାସରେ ୫୫ ଟଙ୍କା ନିବେଶ କରିବାକୁ ପଡିବ । ବୟସ ୪୦ ହୋଇଥିଲେ ଆପଣ ପ୍ରତିମାସରେ ୨୦୦ଟଙ୍କା ନିବେଶ କରିବେ । ଯେତେବେଳେ ଆପଣଙ୍କ ବୟସ ୬୦ ହୋଇଯିବ ସେତେବେଳେ ଆପଣ ପ୍ରତିମାସରେ ୩୦୦୦ଟଙ୍କା ପେନସନ ପାଇବେ ।

ଇଚ୍ଛୁକ କୃଷକ ପିଏମ୍ କିଷାନ ମାନଧନ ଯୋଜନା http://manndhan.in/ର ଅଧିକାରୀକ ୱେବସାଇଟକୁ ଯାଇ ଯୋଜନା ଲାଗି ଆବେଦନ କରିପାରିବେ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଏହି ଯୋଜନାରେ ସେହିମାନେ ଆବେଦନ କରିପାରିବେ ଯେଉଁମାନଙ୍କର ଦୁଇ ହେକ୍ଟରରୁ କମ୍ ଜମି ରହିଛି ।

Get real time updates directly on you device, subscribe now.