fbpx

(Video) ନିଜ ସ୍ତନ କ୍ଷୀରରୁ ମହିଳା ପ୍ରସ୍ତୁତ କଲେ ସାବୁନ, ଲଗାଇଲେ ଦୂର ହେବ ଶରୀରର କୁଞ୍ଚନ

ନୂଆଦିଲ୍ଲୀ: ଆମେ ସମସ୍ତେ ଜାଣିଛେ ମାଆ କ୍ଷୀର ନବଜାତ ଶିଶୁଙ୍କ ପାଇଁ ଅତ୍ୟନ୍ତ ଜରୁରୀ । ଏଥିରେ ଅନେକ ପୋଷକ ତତ୍ତ୍ୱ ଭରି ହୋଇଥାଏ । କିନ୍ତୁ ଏଠି କିଛି ନୂୂଆ ଘଟଣା ଦେଖିବାକୁ ମିଳିଛି । ଯେଉଁଠି ସ୍ତନ କ୍ଷୀରରୁ ସାବୁନ ତିଆରି କରି ମହିଳା ଏବେ ଚର୍ଚ୍ଚାକୁ ଆସିଛନ୍ତି । ଲଗାଇଲେ ଦୂର ହେବ ଶରୀରର କୁଞ୍ଚନ କେବଳ ସେତିକି ନୁହେଁ, ଏହି ସାବୁନକୁ ବିକ୍ରି କରି ଭଲ ରୋଜଗାର ବି କରୁଛନ୍ତି । ସୋସିଆଲ ମିଡ଼ିଆରେ ଅନ୍ୟ ମହିଳାମାନଙ୍କୁ ଏନେଇ ତାଲିମ ବି ଦେଉଛନ୍ତି ।

ଆମେରିକାର ବାସିନ୍ଦା ୨୪ ବର୍ଷୀୟା ବ୍ରିଟ୍ନୀ ଏଡି । ତାଙ୍କର ସାତ ମାସ ଏକ ସନ୍ତାନ ରହିଛି । ପିଲାଟି ପୂରା କ୍ଷୀର ପିଉଥିଲା, କିନ୍ତୁ ପରେ କ୍ଷୀର ସଞ୍ଚୟ ହେବାକୁ ଲାଗିଲା । ବ୍ରିଟ୍ନୀ କ୍ଷୀରକୁ କାଡ଼ି ଫ୍ରିଜରେ ରଖିଥିଲେ । ଦିନେ ତାଙ୍କ ସ୍ୱାମୀ ଫ୍ରିଜ୍ ଅନ୍ କରିବାକୁ ଭୁଲିଯାଇଥିଲେ । ଫଳରେ ସବୁ କ୍ଷୀର ନଷ୍ଟ ହୋଇଗଲା । ତା’ପରେ ବ୍ରିଟ୍ନୀ ଏହା ସହିତ କ’ଣ କରିବେ ଇଣ୍ଟରନେଟରେ ଖୋଜିଲେ । ଏହି କ୍ଷୀରରେ ଲେମ୍ବୁ ପକାଇ ଏହାକୁ କ’ଣ କରିହେବ ଉପାୟ ଦେଖିଲେ । ପରେ ଏକ ଭିଡ଼ିଓ ଦେଖିବାକୁ ପାଇଲେ, ଯେଉଁଥିରେ ଜଣେ ମହିଳା ତାଙ୍କ ସ୍ତନ୍ୟକ୍ଷୀରରୁ ସାବୁନ ତିଆରି କରିଛନ୍ତି ।

ବ୍ରିଟ୍ନୀ ଏହି ଉପାୟଟି ମନକୁ ଛୁଇଁଲା । ସେ ନିଜ ସ୍ତନକ୍ଷୀରରୁ ସାବୁନ ତିଆରି କରିବାକୁ ନିଷ୍ପତ୍ତି ନେଲେ । ପରେ ନିଜ ପିଲାକୁ କ୍ଷୀର ଦେବା ପରେ ବଳକା କ୍ଷୀରରେ ସାବୁନ ତିଆରି କଲେ । ଖାଲି ସେତିକି ନୁହେଁ, ବ୍ରିଟ୍ନୀ ଅନଲାଇନ ପ୍ଲାଟଫର୍ମରେ ଅନେକ ସାବୁନ୍ ମଧ୍ୟ ବିକୁଛନ୍ତି । ଗୋଟିଏ ବାର ସାବୁନ ମୂଲ୍ୟ୨୫୦୦ ଟଙ୍କା ବିକ୍ରି କରୁଛନ୍ତି ।

ବ୍ରିଟନୀ କହିଛନ୍ତି ଯେ, ସ୍ତନ କ୍ଷୀରରେ ଅନେକ ଉପାଦାନ ଥାଏ । ଏଥିରେ ଲରିକ୍ ଏସିଡ୍ ମଧ୍ୟ ଥାଏ, ଯାହାର ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଅଛି । ଏହା ଚର୍ମକୁ ଥଣ୍ଡା କରିବାରେ ସାହାଯ୍ୟ କରିଥାଏ । ସେ ତାଙ୍କ ମୁହଁରେ ସ୍ତନ୍ୟକ୍ଷୀରରୁ ପ୍ରସ୍ତୁତ ସାବୁନ ବ୍ୟବହାର କରିବା ମାତ୍ରେ କୁଣ୍ଡେଇ ହେବା ବନ୍ଦ ହୋଇଯାଏ । ଚର୍ମରେ ଷ୍ଟ୍ରେଚ ମାର୍କ ଦୂର ହେବା ସହ ଶୁଖିଲା ଚର୍ମ ମଧ୍ୟ ଉନ୍ନତି ଆରମ୍ଭ କରେ । ବୈଜ୍ଞାନିକମାନେ ଏ ବିଷୟରେ ଚେତାବନୀ ଦେଇଛନ୍ତି । ସେ ବିଶ୍ୱାସ କରନ୍ତି ସ୍ତନ୍ୟକ୍ଷୀରରେ ବିଭିନ୍ନ ପ୍ରକାରର ପୋଷକତତ୍ତ୍ୱ ଥାଏ । କିନ୍ତୁ ସାବୁନ ତିଆରି ପ୍ରକ୍ରିୟାରେ ପୋଷକତତ୍ତ୍ୱ ନଷ୍ଟ ହୋଇଯାଇଥାଏ ।

Get real time updates directly on you device, subscribe now.