fbpx

କାହିଁକି ପାଳନ ହୁଏ ଇନ୍ଦିରା ଏକାଦଶୀ ? ଜାଣନ୍ତୁ ଏହା ଦ୍ଵାରା କ’ଣ ମିଳେ ଫାଇଦା

ହିନ୍ଦୁଧର୍ମରେ ଏକାଦଶୀର ସ୍ଥାନ ସ୍ୱତନ୍ତ୍ର । ବିଶେଷକରି ହିନ୍ଦୁବିଶ୍ୱାସୀ ସନାତନ ସଂସ୍କୃତିର ଓ ଭକ୍ତି ଭାବନାପୂର୍ଣ୍ଣ ହୃଦୟରେ ପାଳନ କରିଥାନ୍ତି । ଏକାଦଶୀ ବ୍ରତ ହିନ୍ଦୁ ଧର୍ମର ଏକ ପବିତ୍ର ବ୍ରତ । ସୁସ୍ଥ ଓ ଦୀର୍ଘଜୀବନ ଲାଭରେ ସହାୟକ ହୁଏ ଏକାଦଶୀ ଉପବାସ । ଅଗ୍ନି ପୁରାଣ ମତରେ ଏକାଦଶୀ ବ୍ରତ କଲେ ଭଗବାନ ଶ୍ରୀହରିଙ୍କ ନିତ୍ୟ ନିବାସରେ ସ୍ଥାନ ମିଳେ । ଭାକ୍ତିକ ବିଚାରରେ ଏହି ବ୍ରତ ପାଳନରେ ଆତ୍ମା ଶୁଦ୍ଧ ହୁଏ ମନରେ ସଂକଳ୍ପ ଶକ୍ତି ବଢ଼େ ଏବଂ ମସ୍ତିଷ୍କରେ ଜ୍ଞାନତନ୍ତୁ ବିକାଶିତ ହୁଏ ।

ଅନ୍ୟ ପକ୍ଷରେ ଏକାଦଶୀ ବ୍ରତ ମାସରେ ଦୁଇଥର ପେଟକୁ ବିଶ୍ରାମ ଦିଏ, ଯକୃତ ଦୋଷକୁ ଦୂର କରି ପାକାଗ୍ନିକୁ ସକ୍ରିୟ କରାଏ । ମାସରେ ଦୁଇଥର କୃଷ୍ଣପକ୍ଷ ଓ ଶୁକ୍ଳପକ୍ଷରେ ପଡ଼େ ଏକାଦଶୀ ବ୍ରତ । ପ୍ରତି ଏକାଦଶୀର ଗୋଟିଏ ଲେଖାଏଁ ନାଁ ରହିଛି । ସେହିପରି ଆଶ୍ୱିନ ମାସର କୃଷ୍ଣ ଏକାଦଶୀକୁ କୁହାଯାଏ ଇନ୍ଦିରା ଏକାଦଶୀ । ଆଶ୍ୱିନ ମାସ ପିତୃପକ୍ଷରେ ପଡ଼ୁଥିବା ଏହି ଏକାଦଶୀ ପିତୃଗଣଙ୍କୁ ମୁକ୍ତି ଦିଏ ।

କଥିତ ଅଛି ପ୍ରାଚୀନ କାଳରେ ମାହିଷ୍ମତୀ ନଗରୀର ରାଜା ଇନ୍ଦ୍ରସେନ ଧର୍ମାତ୍ମ ଓ ଦାନୀ, ଭକ୍ତ ଥିଲେ । ଥରେ ନାରଦ ମହର୍ଷି ରାଜାଙ୍କ ନିକଟରେ ପହଞ୍ôଚ କହିଲେ ତୁମେ ପିତା ବ୍ରତ ଭଙ୍ଗ କରି ଯମଲୋକକୁ ଯାତ୍ରା କରିଛନ୍ତି । ତୁମେ ଯଦି ଇନ୍ଦିରା ଏକାଦଶୀ ବ୍ରତ କରି ପିତାଙ୍କୁ ଏକାଦଶୀର ଫଳ ଅର୍ପଣ କରିବ ତେବେ ଯାଇ ତାଙ୍କର ସ୍ୱର୍ଗବାସ ହୋଇପାରିବ । ନାରଦଙ୍କ କଥାରେ ରାଜା ଏକାଦଶୀ ବ୍ରତ କରିଥିଲେ । ଶାଳଗ୍ରାମ ପୂଜା କରି ପିତୃଙ୍କ ପାଇଁ ବ୍ରାହ୍ମଣ ଭୋଜନ ଦେଇଥିଲେ ।

ଓଡ଼ିଆ ଆଧ୍ୟାତ୍ମିକ ଚେତନାରେ ଏହି ଦିନର ମହିମା ଓ ଚେତନା ସ୍ମରଣୀୟ ଓ ସ୍ୱତନ୍ତ୍ର । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଏହି ଦିନ ସ୍ୱତନ୍ତ୍ର ପୂଜା ରୀତିନୀତି ପାଳନ ହୋଇଥାଏ । ଏହି ବ୍ରତରେ ଆରାଧ୍ୟ ଶ୍ରୀବିଷ୍ଣୁଙ୍କୁ ଦିନ ତମାମ ନାମ ସ୍ମରଣ ପୂର୍ବକ ପୂଜାର୍ଚ୍ଚନା ଓ ଗରିବ ଲୋକମାନଙ୍କୁ ଖାଦ୍ୟ ଓ ବସ୍ତ୍ର କେହି କେହି ପ୍ରଦାନ କରିଥାନ୍ତି । ଏହି ଦିନର ସ୍ୱତନ୍ତ୍ରତା ଓ ମହିମା ବିଶେଷକରି ନାରୀ ଆଧ୍ୟାତ୍ମିକ ନୀତିକୁ ଜାଗରିତ କରିଥାଏ । ଇନ୍ଦିରା ଏକାଦଶୀରେ ପ୍ରଭୁ ଶ୍ରୀବିଷ୍ଣୁ ସମସ୍ତଙ୍କୁ କୃପା ଆଶୀର୍ବାଦ ପ୍ରଦାନ କରନ୍ତୁ ଏହା ହିଁ ପ୍ରାର୍ଥନା ।

Get real time updates directly on you device, subscribe now.