fbpx

ସଞ୍ଜୟ ସିଂହଙ୍କୁ ମିଳିଲାନି ଅଶ୍ଵସ୍ତି, ଅକ୍ଟୋବର ୧୩ ତାରିଖ ଦିନ କୋର୍ଟରେ ହେବେ ହାଜର

ନୂଆଦିଲ୍ଲୀ: ଦିଲ୍ଲୀର ମଦ ଦୁର୍ନୀତି ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ଆମ୍ ଆଦମୀ ପାର୍ଟିର ନେତା ସାଂସଦ ସଞ୍ଜୟ ସିଂଙ୍କ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ହେପାଜତକୁ ଅକ୍ଟୋବର ୧୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସ୍ୱତନ୍ତ୍ର ବିଚାରପତି ଏମ.କେ. ନାଗପାଳ ଅନୁସନ୍ଧାନ ଏଜେନ୍ସି ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସଞ୍ଜୟ ସିଂଙ୍କୁ ସହଯୋଗ ନକରିବାରୁ ଇଡି ତାଙ୍କ ହେପାଜତକୁ ପାଞ୍ଚ ଦିନ ବୃଦ୍ଧି କରିବାକୁ ଦାବି କରିଛି, କିନ୍ତୁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ମାତ୍ର ୩ ଦିନ ଅନୁମୋଦନ କରିଛନ୍ତି। AAP ସାଂସଦ ସଞ୍ଜୟ ସିଂ ବର୍ତ୍ତମାନ ୧୩ ଅକ୍ଟୋବରରେ କୋର୍ଟରେ ହାଜର ହେବେ।

ସିଂ କହିଛନ୍ତି ଯେ, ବର୍ତ୍ତମାନ ବିଚାରପତି ସାର୍, ତାଙ୍କୁ ପଚାରନ୍ତୁ, ମୋତେ ପଠାଇବା ପାଇଁ କାହା ନିର୍ଦ୍ଦେଶ ଥିଲା। ମୋର ଏକମାତ୍ର ଅନୁରୋଧ ହେଉଛି ଆପଣ ଯେଉଁଠାରେ ବି ମୋତେ ନେବାକୁ ଚାହୁଁଛନ୍ତି, ଦୟାକରି ବିଚାରପତିଙ୍କୁ ଜଣାନ୍ତୁ। ଏହି ସମୟ ମଧ୍ୟରେ କୋର୍ଟ ସିଂଙ୍କୁ ତାଙ୍କ ପରିବାର ଏବଂ ଓକିଲଙ୍କୁ ୧୦ ମିନିଟ୍ ସାକ୍ଷାତ କରିବାକୁ ଅନୁମତି ଦେଇଥିଲେ।

Get real time updates directly on you device, subscribe now.