fbpx

ସମ୍ବଲପୁରରେ ଦୁର୍ଗାପୂଜା ଭସାଣିକୁ ମିଳିବନି ଅନୁମତି, ଦୁର୍ଗାପୂଜା ଶାନ୍ତି କମିଟି ବୈଠକ ପରେ ନିଷ୍ପତ୍ତି

ସମ୍ବଲପୁର: ଚଳିତ ବର୍ଷ ଦୁର୍ଗା ପୂଜା ପାଇଁ ରାଜ୍ୟ ତଥା ଦେଶରେ ସଜବାଜ ଚାଲିଛି । ହେଲେ ଏହାରି ମଧ୍ୟରେ ସମ୍ବଲପୁରରେ ଦୁର୍ଗାପୂଜା ଭସାଣିକୁ ମିଳିବନି ଅନୁମତି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଦୁର୍ଗାପୂଜା ଶାନ୍ତି କମିଟି ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଭସାଣିରେ ଅନେକ ଗଣ୍ଡଗୋଳକୁ ଦୃଷ୍ଟିରେ ରଖି ଦୁର୍ଗାପୂଜା ଶାନ୍ତି କମିଟି ଏପରି ନିଷ୍ପତ୍ତି ନେଇଛି । ଏହା ବ୍ୟତୀତ କଳସ ଯାତ୍ରା ଓ ରାବଣ ପୋଡ଼ିକୁ ଅନୁମତି ମିଳିଛି । ଦୁର୍ଗାପୂଜା ଭଷାଣିରେ ବାଣ କିମ୍ବା ପ୍ରସେସନ ନ ହୋଇ କେବଳ ଘଣ୍ଟ ବାଡିଆ ହୋଇ ମାଆଙ୍କୁ ମେଲାଣି ଦିଆଯିବ ।

Get real time updates directly on you device, subscribe now.