fbpx

ପୂର୍ବରୁ ଦେଇଥିଲେ ଗର୍ଭପାତ ପାଇଁ ଅନୁମତି : ଜାଣନ୍ତୁ ପୁଣି ଗୋଟିଏ ଦିନ ପରେ ସୁପ୍ରିମକୋର୍ଟ କାହିଁକି ବଦଳାଇଲେ ନିଜର ନିଷ୍ପତ୍ତି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଡି.ଇ ଚନ୍ଦ୍ରଚୂଡ ଅକ୍ଟୋବର ୧୦ ମଙ୍ଗଳବାରକୁ ତାଙ୍କର ଏକ ପ୍ରମୁଖ ନିଷ୍ପତ୍ତିରେ ସେ ମହିଳାଙ୍କ ଗର୍ଭପାତ ସମ୍ପର୍କରେ କହିଥିଲେ ଏବଂ ତାହାକୁ ପରବର୍ତ୍ତୀ ଅନ୍ୟ ଏକ ପୀଠରେ ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ । ମହିଳା ଅଧିକାର ଉପରେ ଏକ ବଡ ମନ୍ତବ୍ୟ ଦେଇ ଡିଭିଜନ୍ ବେଞ୍ଚ ଏହା ମଧ୍ୟ କହିଛି ଯେ, ଝିଅଟି ବିବାହିତ ହେଉ କିମ୍ବା ଅବିବାହିତ, ସୁରକ୍ଷିତ ଗର୍ଭପାତ କରିବା ପାଇଁ ତାଙ୍କର ଆଇନଗତ ଅଧିକାର ଅଛି। ଉଚ୍ଚତମ ନ୍ୟାୟାଳୟର ଏକ ଆଦେଶରେ ଜଣେ ବିବାହିତା ମହିଳାଙ୍କ ଗର୍ଭରେ ବଢୁଥିବା ୨୬ ସପ୍ତାହର ଭୃଣକୁ ସମାପ୍ତ କରିବା ପାଇଁ ଦିଆ ଯାଇଥିବା ଆଦେଶ ବିରୋଧରେ ଏକ ପିଟିସନ ଉପରେ ଶୁଣାଣିକରି ପ୍ରେରିତ କରାଯାଇଛି । ସୁପ୍ରିମକୋର୍ଟ ସୋମବାର ଦିନ ମହିଳାଙ୍କ ୨୬ ସପ୍ତାହର ଭୃଣକୁ ସମାପ୍ତ କରିବାର ଆଦେଶ ଏମ୍ସର ଡାକ୍ତରଙ୍କୁ ଦେଇଥିଲା ।

ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟର ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ବି.ଭି ନାଗରାଥନା ସୋମବାର ଅକ୍ଟୋବର ୮କୁ ଏକ ଶୁଣାଣିରେ ମହିଳାଙ୍କ ଗର୍ଭରେ ଥିବା ୨୬ ସପ୍ତାହର ଗର୍ଭସ୍ଥ ଶିଶୁକୁ ସମାପ୍ତ କରିବାକୁ ଅନୁମତି ଦେଇଥିଲେ । ଯେଉଁ ମହିଳାଙ୍କ ସହ ଏହି ମାମଲା ଜଡିତ, ତାଙ୍କର ପୂର୍ବରୁ ହିଁ ଦୁଇଟି ସନ୍ତାନ ଅଛି । ମହିଳାଙ୍କ ତରଫରୁ କୋର୍ଟରେ କୁହାଯାଇଥିଲା ଯେ, ସେ ଅତ୍ୟନ୍ତ ଗରିବ ଏବଂ ତୃତୀୟ ସନ୍ତାନକୁ ଚଳାଇବା ସ୍ଥିତିରେ ନାହାଁନ୍ତି, ତେଣୁ ସେ ମାନସିକ ଚାପ ଦେଇ ଗତି କରୁଛନ୍ତି । ଗତ ଅକ୍ଟୋବର ୫, ୨୦୨୩ ରେ ଆବେଦନକାରୀ ମହିଳାଙ୍କ ଶାରୀରିକ ସ୍ଥିତିକୁ ଆକଳନ କରିବା ପାଇଁ ଏକ ମେଡିକାଲ ବୋର୍ଡ ଗଠନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଯେହେତୁ ମହିଳା ନିଜେ ଗର୍ଭପାତ ପାଇଁ ଅନୁମତି ମାଗିଛନ୍ତି, ସେଥିପାଇଁ ଏହି ପ୍ରସଙ୍ଗ ସିରନାମାରେ ଅଛି ।

ରିପୋର୍ଟ ଅନୁଯାୟୀ, ଭାରତରେ ମେଡିକାଲ୍ ଟର୍ମିନେସନ୍ ଅଫ୍ ପ୍ରେଗ୍ନେନ୍ସି ଆକ୍ଟ (ଗଞଚ) ଅନୁଯାୟୀ, ମହିଳାମାନେ ୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭସ୍ଥ ଶିଶୁର ଗର୍ଭପାତ କରିବାର ଅଧିକାର ପାଇଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଧାନ ବିଚାରପତିଙ୍କ ଶୁଣାଣି ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ କହିଛି ଯେ, ଜଣେ ମହିଳା ବିବାହିତ ହେଉ କିମ୍ବା ଅବିବାହିତ, ଏଥିରେ ସେ କୌଣସି ଭେଦଭାବ ନକରି ସମାନ ଅଧିକାର ପାଇବା ଉଚିତ ।

Get real time updates directly on you device, subscribe now.