BREAKING ଭୁବନେଶ୍ୱରରେ ଲୁଟର ନୂଆ ତରିକା: ସମଲିଙ୍ଗୀ ଯୌନ ସମ୍ପର୍କ ମାଧ୍ୟମରେ ବ୍ଲାକମେଲିଂ କରି ଲୁଟୁଛନ୍ତି ନାବାଳକ ଗ୍ୟାଙ୍ଗ୍
ଭୁବନେଶ୍ୱର: ରାଜଧାନୀରେ ଅଭିନବ ଉପାୟରେ ଦୁଇ ଯୁବକଙ୍କୁ ଲୁଟିଛନ୍ତି ଲୁଟେରା । ସମଲିଙ୍ଗୀ ଯୌନ ସମ୍ପର୍କ ରଖିବା ଓ ପରେ ଭିଡ଼ିଓ ଭାଇରାଲ କରିବାର ଧମକ ଦେଇ ଯୁବକଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଲୁଟେରା । ସମଲିଙ୍ଗୀ ଯୁବକ ମାନଙ୍କୁ ଲୁଟିବା ପାଇଁ ପ୍ରସ୍ତୁତ କରାଯାଇଥିଲା ସ୍ଵତନ୍ତ୍ର ବ୍ଲୁ ପ୍ରିଣ୍ଟ । ଲିଙ୍ଗରାଜ ଥାନାରେ ଅଭିଯୋଗ ହେବା ପରେ ୪ ଜଣ ନାବାଳକ ଓ ଜଣେ ସାବାଳକ । ଗେମ ଆପ୍ଲିକେସନ ରେ ଆସୁଥିବା ଅଶ୍ଳୀଳ ସେକ୍ସ ଆପ୍ଲିକେସନ ରେ ଚାଟିଂ ମାଧ୍ୟମରେ ଟାର୍ଗେଟ ଖୋଜୁଥିଲେ ଏହି ନାବାଳକ । ବିଭିନ୍ନ ଯୁବକଙ୍କ ସହ ଚାଟିଂ କରି କିଏ ସମଲିଙ୍ଗୀ ଯୌନ ସମ୍ପର୍କ ରଖିବାକୁ ଇଛୁକ ତାର ପତା ଲଗାଉଥିଲେ ।
ପ୍ରଥମେ ଚାଟିଂ କରି ସମ୍ପର୍କ ବଢ଼ାଉଥିଲେ ଓ ପରେ ନମ୍ବର ନେଇ ଭୁବନେଶ୍ୱର ଗ୍ୟାରେଜ ଚକକୁ ଡାକିଥିଲେ ଖୋର୍ଦ୍ଧା ର ଜଣେ ଲୋକକୁ । ଉକ୍ତ ଯୁବକ ଭୁବନେଶ୍ୱର ଆସିବା ପରେ ତାଙ୍କୁ ଏକ ଘରକୁ ନେଇଥିଲେ । ଘରେ ଅଶ୍ଳୀଳ କାମ କରିବା ପରେ ଭିଡ଼ିଓ ଭାଇରାଲ କରିବାର ଧମକ ଦେଇଥିଲେ । ଲୋକ ଲଜ୍ୟା ଭୟରେ ଉକ୍ତ ଯୁବକ ପ୍ରଥମେ ଫୋନ ପେ ମାଧ୍ୟମରେ ଏକ ଲକ୍ଷ ଟଙ୍କା ଦେଇଥିଲେ । ଏଟିଏମ ରୁ ପୁଣି ୫୦ ହଜାର ଟଙ୍କା ଦେଇଥିଲେ । ଲିଙ୍ଗରାଜ ଥାନାରେ ଅଭିଯୋଗ ପରେ ସିସିଟିଭି ଆଧାରରେ ୪ ଜଣ ନାବାଳକ ଓ ଜଣେ ସାବାଳକକୁ ଗିରଫ କରାଯାଇଛି ।