fbpx

(Video) ଇସ୍ରାଏଲରୁ ଭାରତ ଫେରିବା ପରେ ସେଦିନର ଛାତିଥରା ମୁହୂର୍ତ୍ତ କଥା କହିଲେ ଅଭିନେତ୍ରୀ ନୁଶରତ ଭରୁଚା…

ମୁମ୍ବାଇ; ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ବହୁ ଧନଜୀବନ ନଷ୍ଟ ହେବାରେ ଲାଗିଛି । ଏହି ଆକ୍ରମଣ ଫଳରେ ବର୍ତ୍ତମାନ ୩ ହଜାରରୁ ଉର୍ଦ୍ଧ ଲୋକଙ୍କ ଜୀବନ ଚାଲିଯାଇଥିବା ସୂଚନା ରହିଛି । ସେପଟେ ଏହି ଯୁଦ୍ଧ ଭିତରେ ଭାରତୀୟ ଅଭିନେତ୍ରୀ ନୁସ୍ରତ ଭରୁଚା ଇସ୍ରାଏଲରେ ଫଶି ରହିଥିବା ବେଳେ ଏବେ ସେ ସୁରକ୍ଷିତ ଭାବେ ଭାରତ ଫେରିଛନ୍ତି ।

ରବିବାର ଦିନ ଅଭିନେତ୍ରୀ ନୁଶରତ ଭରୁଚା ମୁମ୍ବାଇ ବିମାନବନ୍ଦରରେ ଅବତରଣ କରି ଭାରତ ଫେରିଛନ୍ତି । ଆଉ ଭାରତ ଫେରିବା ପରେ ସେ ଇସ୍ରାଏଲ ହୋଇଥିବା ଭୟାବହ ପରିସ୍ଥିତିକୁ ମ‌ନେ ପକାଇଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନୁଶରତ ଏକ ଭିଡିଓ ପୋଷ୍ଟ କରି ସେଦିନର ସେହି ଛାତିଥରା ମୁହୂର୍ତ୍ତ କଥା ଭାରତୀୟଙ୍କ ଆଗରେ ବଖାଣିଛନ୍ତି । ଅଭିନେତ୍ରୀ ନୁଶରତ କହିଛନ୍ତି, ‘ଯେ‌ତେବେଳେ ହମାସ ଆତଙ୍କବାଦୀ ଆକ୍ରମଣ କରିଥିଲେ ମୁଁ ହୋଟେଲରେ ଥିଲି। ହଠାତ ବୋମା ଶବ୍ଦ ସହିତ ଲୋକଙ୍କ କରୁଣ ଚିତ୍କାର ଶୁଣିବାକୁ ମିଳିଥିଲା। ଆତଙ୍କବାଦୀଙ୍କ ଆକ୍ରମଣରୁ ବଞ୍ଚିବା ପାଇଁ ଆମସମସ୍ତଙ୍କୁ ‌ବେସମେଣ୍ଟକୁ ନିଆଯାଇଥିଲା। ଏସବୁ ଘଟଣା ମୋ ସହ ପ୍ରଥମଥର ଘଟିଥିଲା। ମୁଁ ସମ୍ପୂର୍ଣ୍ଣ ଭାବେ ସ୍ତବ୍ଧ ଓ ଭୟଭୀତ ହୋଇଯାଇଥିଲି। ଯେମିତି ଲାଗୁଥିଲା ଏହି ମୁହୂର୍ତ୍ତରେ ଜୀବନ ଚାଲିଯିବ। ହେଲେ ମୁଁ ସୁରକ୍ଷିତ ଭାବେ ଭାରତ ଫେରି ଆସିଛି। ଘରେ ଅଛି। ସୁସ୍ଥ ଅଛି। ଏହା କେବଳ ଆପଣମାନଙ୍କ ଭଲପାଇବା, ଆର୍ଶୀବାଦ ଓ ପ୍ରାର୍ଥନା ହେତୁ ସମ୍ଭବ ହୋଇପାରିଛି। ଏହା ସେ ସୁରକ୍ଷିତ ଭାବେ ଭାରତ ଫେରିବାକୁ ନେଇ ଭାରତ ସରକାର ତଥା ଇସ୍ରାଏଲ୍ ଦୂତାବାସ ଏବଂ ଭାରତୀୟ ଦୂତାବାସକୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନା ଅନୁଯାୟୀ, ବଲିଉଡ ଅଭିନେତ୍ରୀ ନୁସ୍ରତ ଭରୁଚା ହାଇଫା ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ଭାଗ ନେବାକୁ ଇସ୍ରାଏଲ ଯାଇଥିଲେ । ମାତ୍ର ଫେରିବା ପୂର୍ବରୁ ସେଠାରେ ସେ ଫଶି ରହିଯାଇଥିଲେ । ୭ ତାରିଖ ଦ୍ୱିପ୍ରହର ପାଖାପାଖି ୧୨.୩୦ ସମୟରେ ଶେଷ ଥର ପାଇଁ ନୁସ୍ରତଙ୍କ ସହିତ ଯୋଗାଯୋଗ କରାଯାଇଥିଲା । ସେ ସମୟରେ ସେ ଏକ ବେସମେଣ୍ଟରେ ସୁରକ୍ଷିତ ଭାବେ ରହିଥିଲେ । ଏହାର ଦୁଇ ଦିନ ପରେ ଅର୍ଥାତ ରବିବାର ସେ ସୁରକ୍ଷିତ ଭାବେ ଜନ୍ମମାଟି ଭାରତକୁ ଫେରିଥିଲେ ।

Get real time updates directly on you device, subscribe now.