fbpx

Breaking News… ‘ଲକ୍ଷ୍ମୀ’ ବସ୍ ଯୋଜନାରେ କେତେ ଲାଗିବ ଭଡ଼ା? କିଲୋମିଟର ପିଛା ଏତିକି ଟଙ୍କା ଦେବେ ଯାତ୍ରୀ

ଭୁବନେଶ୍ୱର: ସହର ଏବଂ ପ୍ରତି ପଞ୍ଚାୟତକୁ ସଂଯୋଗ କରିବା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ‘ଲକ୍ଷ୍ମୀ’ ବସ୍ ଯୋଜନା । ସରକାରଙ୍କ ଏହି ଯୋଜନା ଅଧୀନରେ ଗାଁ-ଗାଁକୁ ଯୋଗାଯୋଗର ସୁବିଧା ମିଳିପାରିବ । ‘ଲକ୍ଷ୍ମୀ’ ଯୋଜନାରେ ସରକାର ବିଭିନ୍ନ ଗାଁର ଲୋକମାନଙ୍କ ଯାତାୟତ ପାଇଁ ଏକ ବଡ଼ ସୁବିଧା ଯୋଗାଇ ଦେଇଛନ୍ତି । ତେବେ ଏହି ଯୋଜନାରେ କେତେ ରହିବ ବସ୍ ଭଡ଼ା? ଯାତ୍ରୀଙ୍କୁ କିଲୋମିଟର ପିଛା କେତେ ଟଙ୍କା ଦେବାକୁ ପଡ଼ିବ, ସେ ନେଇ ସରକାରଙ୍କ ପକ୍ଷରୁ ଏକ ସୂଚନା ଜାରି ହୋଇଛି ।

ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାରେ ବିଭିନ୍ନ ବସ୍ ପାଇଁ ଭଡ଼ା ଅଲଗା ଭାବରେ ନିର୍ଦ୍ଧାରଣ କରାଯାଇଛି । ବ୍ଲକ ସ୍ତରୀୟ ଯୋଗାଯୋଗ ପାଇଁ ନନ୍ ଏସି ବସ୍ ରେ ୧୦ କି.ମି ପର୍ଯ୍ୟନ୍ତ ଟ୍ରାଭେଲ ପାଇଁ ଯାତ୍ରୀଙ୍କୁ ୫ଟଙ୍କାର ମୂଲ୍ୟ ଦେବାକୁ ପଡ଼ିବ । ତେବେ ୧୧-୨୦ କି.ମି ଯାତ୍ରା ପାଇଁ ୧୦ ଟଙ୍କା, ୨୧-୪୦ କି.ମି ପାଇଁ ୧୫ଟଙ୍କା, ୪୧-୬୦କି.ମି ପାଇଁ ୨୫ ଟଙ୍କା ଏବଂ ୬୧-୮୦ କି.ମି ପାଇଁ ୩୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି ।

ସେହିପରି ଜିଲ୍ଲାସ୍ତରୀୟ ଯୋଗାଯୋଗ କ୍ଷେତ୍ରରେ ୧୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା ପାଇଁ ଏହି ମୂଲ୍ୟ ୧୦ ଟଙ୍କା ରହିଥିବା ବେଳେ ୧୧-୨୦ କି.ମି ଯାତ୍ରା ପାଇଁ ୨୦ ଟଙ୍କା ଏବଂ ୨୧-୪୦ କି.ମି ପାଇଁ ୪୦ ଟଙ୍କା ଧାର୍ଯ୍ୟ କରାଯାଇଛି । ତେବେ ୪୧-୬୦ କି.ମି ଯାତ୍ରା ପାଇଁ ୬୦ ଟଙ୍କା ଏବଂ ୬୧-୮୦ କି.ମି ଯାତ୍ରା ପାଇଁ ୮୦ ଟଙ୍କା ଦେବେ ଯାତ୍ରୀ ।

ଏହାବ୍ୟତୀତ ମହିଳା, ଛାତ୍ରଛାତ୍ରୀ ଏବଂ ଦିବ୍ୟାଙ୍ଗ ଯାତ୍ରୀମାନଙ୍କ ପାଇଁ ଏହି ଯୋଜନାରେ ରିହାତି ଦିଆଯାଇଛି । ମହିଳାମାନଙ୍କୁ ବ୍ଲକ ସ୍ତରୀୟ ଯୋଗାଯୋଗରେ ଫ୍ଲାଟ ବସ୍ ଫେୟାର ୫ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ଜିଲ୍ଲା ସ୍ତରରେ ଏହି ମୂଲ୍ୟ ୧୦ ଟଙ୍କା ରହିଛି । ସେହିପରି ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହୋଇଛି । ତେବେ ଦିବ୍ୟାଙ୍ଗ ଯାତ୍ରୀମାନଙ୍କ ପାଇଁ ବ୍ଲକ ସ୍ତରରେ ୫ ଟଙ୍କା ନିର୍ଦ୍ଧାରିତ ହୋଇଛି ଏବଂ ଜିଲ୍ଲାସ୍ତରରେ ଛାତ୍ରଛାତ୍ରୀଙ୍କ ବସ୍ ଭଡ଼ା ୧୦ ଟଙ୍କା ଧାର୍ଯ୍ୟ କରିଛନ୍ତି ସରକାର ।

Get real time updates directly on you device, subscribe now.