fbpx

(Video) ଏଇଟା ମାଛ ନା ବାଦୁଡ଼ି? ଦେଖାଗଲା ବିଶାଳକାୟ ଜୀବ, ଆକୃତି-ଓଜନରୁ ଚିହ୍ନାପଡ଼ୁନି ପ୍ରାଣୀ

ପୃଥିବୀରେ ଅନେକ ପ୍ରକାରର ଜୀବ ଦେଖିବାକୁ ମିଳିଥାନ୍ତି । କିଛି ଜୀବ ସହିତ ଆମେ ଅଧିକାଂଶ ସମୟରେ ଅତି ସହଜରେ ଦେଖିବାକୁ ପାଇଥାଉ । ସେମାନଙ୍କ ଗଠନ, ଜୀବନଯାପନ ପ୍ରଣାଳୀ ଏବଂ ଖାଦ୍ୟପେୟ ପ୍ରାୟତଃ ସାଧାରଣ ରହିଥାଏ । କିନ୍ତୁ ଆଉ କିଛି ଜୀବ ବା ପ୍ରାଣୀଙ୍କୁ ଦେଖି ଭୟ ଲାଗେ । କାରଣ ସେଗୁଡ଼ିକ ସାଧାରଣ ନଥାଏ । କିଛି ନିଆରା ଏବଂ ଭିନ୍ନ ପ୍ରଣାଳୀରେ ସେମାନେ ଜୀବନଯାପନ କରିଥାନ୍ତି । ଏଭଳି ଏକ ଜୀବ ମଧ୍ୟ ବର୍ତ୍ତମାନ ଦେଖିବାକୁ ମିଳିଛି । ଯାହାକୁ ଦେଖିଲେ ଯେ କେହି ବି କିଛି ସମୟ ପାଇଁ ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି ଯେ, ଏହା ମାଛ ନା ବାଦୁଡ଼ି?

ପ୍ରକୃତରେ ଏହା ହେଉଛି ଏକ ପ୍ରକାରର ମାଛ । ଏହି ମାଛକୁ ଦେଖିଲେ ଆପଣ ମାନଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିବ । ମାଛଟି ଏକଦମ୍ ବାଦୁଡ଼ି ଭଳି ଦେଖାଯାଉଛି । ଲାଗୁଛି ଯେମିତି ଏ ମାଛ ଉପରେ ଉଡି ପାରିବ । ସମୁଦ୍ରର ଗଭିରତା ଭିତରେ ଏମିତି ଅନେକ ମାଛ ରହିଛନ୍ତି । ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚିତ । ଆଖି ଦେଖୁଥିଲେ ମଧ୍ୟ ବିଶ୍ୱାଷ କରିପାରିବ ନାହିଁ । ଏମିତି ଅଜବ ଅଜବ ମାଛ ସବୁ ସମୁଦ୍ରର ଗଭୀର ପାଣି ଭିତରେ ଦେଖିବାକୁ ମିଳନ୍ତି । ଯେମିତି ଏଇ ମାଛଟି । ମାଛଟି ପୁରା ଅଲଗା ପ୍ରକାର ଦେଖା ଯାଉଛି । ଓଜନ ହେବ ଅଢ଼େଇ କୁଇଣ୍ଟାଲରୁ ଅଧିକା । ଏହି ମାଛଟି ପାରାଦ୍ୱୀପ ଅଠରବାଙ୍କିରେ ଦେଖିବାକୁ ମିଳିଛି ।

ମାଛଟିକୁ ଟିକେ ଭଲ ଭାବରେ ଦେଖିଲେ ଏହାର ମୁହଁ ପୁରା ବାଦୁଡ଼ି ଭଳି ମନେ ହେଉଛି । ସାଙ୍କୁତ ମାଛ ଯେମିତି ଦେଖାଯାଏ ସେମିତି ହିଁ ଦେଖାଯାଉଛି । ମତ୍ସ୍ୟଜୀବୀ ଏହାର ଚିଲ ମାଛ କହୁଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ଶଙ୍କର ଜାତୀୟ ମାଛ ସାଙ୍କୁତ ବୋଲି କହୁଛନ୍ତି । ଏହା ମାଛର ମୂଲ୍ୟ ବହୁତ ଅଧିକ ହୋଇଥାଏ । ଖବର ମୁତାବିକ ମା ଆଶିର୍ବାଦ ନାମକ ଡଙ୍ଗା ମାଛ ଧରିବା ପାଇଁ ସମୁଦ୍ର ମଝିକୁ ଯାଇଥିଲା । ଏହି ସମୟରେ ଜାଲ ଟାଣିଲା ବେଳକୁ ଜାଲରେ ଲାଗିଥିଲା ବିଶାଳ ସାଙ୍କୁଚ ମାଛ । ତେବେ ଏହି ମାଛକୁ ଡଙ୍ଗା ଉପରକୁ ଆଣିବା ପାଇଁ ବହୁତ ଚେଷ୍ଟା କରିବାକୁ ପଡ଼ିଥିଲା ଦିର୍ଘ ସମୟ ପରେ ଡଙ୍ଗଳ ଉପରକୁ ଆସିଥିଲା ମାଛଟି ।

Get real time updates directly on you device, subscribe now.