fbpx

ଅଜିତଙ୍କୁ ଶରଦଙ୍କ ବାଣ; ଅଜିତଙ୍କ ମୁଖ୍ୟମନ୍ତ୍ରୀ ହେବା ଇଚ୍ଛା ଏକ ସ୍ୱପ୍ନ ହୋଇ ରହିଯିବ

ଓଡିଶା ଭାସ୍କର; ଦୀର୍ଘଦିନ ହେବ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)କୁ ନେଇ ଅନେକ ଚର୍ଚ୍ଚା ଲାଗିରହିଛି । କେବଳ ମହାରାଷ୍ଟ୍ର ନୁହେଁ ବରଂ ଜାତୀୟ ରାଜନୀତିରେ ମଧ୍ୟ ଖୁବ ଚର୍ଚ୍ଚା ରହିଛି । ତେବେ ଏହାରି ଭିତରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଶରଦ ପାୱାର ପୁତୁରା ତଥା ଅଜିତ ପାୱାରଙ୍କୁ ସିଧା କଟାକ୍ଷ କରିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ପୁଣିଥରେ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି । ଶରଦ କହିଛନ୍ତି, ଅଜିତ ପାୱାରଙ୍କର ମୁଖ୍ୟମନ୍ତ୍ରୀ ହେବା କେବଳ ଏକ ସ୍ୱପ୍ନ, ଏହା ପ୍ରକୃତରେ କେବେ ଘଟିବ ନାହିଁ।

ସୂଚନା ଥାଉକି, ଏନସିପିରେ ଚାଲିଥିବା ବିଭିନ୍ନ ରାଜନୈତିକ ବିବାଦ ଓ ଜୁଲାଇ ମାସ ବିଭାଜନ ସମ୍ପର୍କରେ ଶରଦ ପାୱାରଙ୍କୁ ପ୍ରଶ୍ନ ପଚରାଯାଇଥିଲା। ଯାହାକୁ ନେଇ ଶରଦ କହିଥିଲେ, ଯେତେବେଳେ ଅଜିତ ପାୱାର ଦଳକୁ ବିଭାଜନ କରି ଶିବସେନା-ଭାରତୀୟ ଜନତା ପାର୍ଟି ମିଳିତ ସରକାରରେ ତୃତୀୟ ଅଂଶୀଦାର ଭାବରେ ଯୋଗ ଦେଇଥିଲେ। ୬୪ ବର୍ଷୀୟ ଅଜିତ ପାୱାର ଅନେକ ଥର ନିଜର ଅଭିଳାଷକୁ ସ୍ପଷ୍ଟ କରିସାରିଛନ୍ତି ଯେ, ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପରେ ସେ ‘ପଦୋନ୍ନତି’ ଚାହୁଁଛନ୍ତି ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ସେ ବହୁତ ଆଗ୍ରହୀ ଅଛନ୍ତି। ତେବେ ଏଭଳି କଟାକ୍ଷ କରି ସିଧା ଅଜିତ ପାୱାରଙ୍କୁ ଶରଦ ବାଣ ମାରିଥିବା ଦେଖିବାକୁ ମିଳିଛି।

ଏଠାରେ କହି ରଖୁଛୁ ଯେ, ଜୁଲାଇ ୨ରେ ଶରଦ ପାୱାରଙ୍କ ଦ୍ୱାାରା ପ୍ରତିଷ୍ଠିତ ଏନସିପିରେ ଏକ ବଡ଼ ବିବାଦ ଦେଖାଦେଇଥିଲା। ଦଳର ପ୍ରମୁଖ ଅଜିତ ପାୱାର ଏବଂ ଆଠ ଜଣ ବିଧାୟକ ଅଲଗା ହୋଇ ଏକନାଥ ସିନ୍ଦେ ସରକାରରେ ଯୋଗ ଦେଇଥିଲେ। ଦଳର ନାମ ଏବଂ ନିର୍ବାଚନ ପ୍ରତୀକ ପାଇଁ ଉଭୟ ଗୋଷ୍ଠୀ ଇସିଆଇରେ ଆବେଦନ କରିଛନ୍ତି। ଅନ୍ୟପଟେ ଏନସିପି ଠାରୁ ଅଲଗା ହୋଇଥିବା ଅଜିତ ପାୱାର ବର୍ତ୍ତମାନ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଛନ୍ତି।

Get real time updates directly on you device, subscribe now.