ନୂଆଦିଲ୍ଲୀ; ରାଜଧାନୀ ଦିଲ୍ଲୀରେ ପୁଣି ଭୂକମ୍ପ ଝଟକା । ନିକଟରେ କିଛି ଦିନ ତଳେ ନୂଆଦିଲ୍ଲୀ ଭୂକମ୍ପର ସମ୍ମୁଖୀନ ହୋଇଥିବା ବେଳେ ଆଜି ପୁଣି ଭୂକମ୍ପର ସମ୍ମୁଖୀନ ହୋଇଛି ନୂଆଦିଲ୍ଲୀ । ଏହି ଭୂକମ୍ପ ଝଟକା ଦିଲ୍ଲୀ ଏନସିଆରରେ ଅନୁଭୂତ ହୋଇଥିବା ସୂଚନା ମିଳିଛି । ରେକ୍ଟର ସ୍କେଲରେ ଏହାର ତୀବ୍ରତା ୩.୧ ରହିଥିବା ଜଣାପଡିଛି । ସେହିପରି ଦିଲ୍ଲୀ ସହର ସହିତ ଗାଜିଆବାଦ ଓ ନୋଏଡାରେ ମଧ୍ୟ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ତେବେ ଏଥିରେ କାହାର କଣ କ୍ଷତି ହୋଇଛି ସେନେଇ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ ।
Earthquake of Magnitude:3.1, Occurred on 15-10-2023, 16:08:16 IST, Lat: 28.41 & Long: 77.41, Depth: 10 Km ,Location: 9km E of Faridabad, Haryana, India for more information Download the BhooKamp App https://t.co/bTcjyWm0IA @KirenRijiju @Dr_Mishra1966 @moesgoi @Ravi_MoES pic.twitter.com/gG5B4j3oBs
— National Center for Seismology (@NCS_Earthquake) October 15, 2023