Breaking ଭିକାରିମୁକ୍ତ ହେବ ଭୁବନେଶ୍ଵର; ରାସ୍ତା କଡ଼ରେ ଭିକାରି ଦେଖିଲେ ଉଠାଇନେବ BMC ସ୍କ୍ୱାର୍ଡ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ରାଜଧାନୀକୁ ଭିକାରିମୁକ୍ତ କରିବା ପାଇଁ ହେଉଛି ପ୍ରସ୍ତୁତି । ଏଣିକି ଭୁବନେଶ୍ବର ମନ୍ଦିର ଓ ରାସ୍ତା କଡ଼ରେ ଆଉ ବୁଲିପାରିବେନି ଭିକାରି । ସେଥିଲାଗି କଡ଼ା କାର୍ଯ୍ୟାନୁଷ୍ଠାନ ନେବ ଭୁବନେଶ୍ବର ମହାନଗର ନିଗମ । ରାସ୍ତା କଡ଼ରେ ଭିକାରି ଦେଖିଲେ ଉଠାଇନେବ ବିଏମସି । ଖୁବ୍ ଶୀଘ୍ର ହେବ କାର୍ଯ୍ୟକାରୀ । ପାର୍ବଣ ପୂର୍ବରୁ ଭିକାରିମାନଙ୍କୁ ଥଇଥାନ କରାଯିବ । ସହରର ବିଭିନ୍ନ ସ୍ଥାନରେ ଆଶ୍ରୟସ୍ଥଳ କରି ଭିକାରିମାନଙ୍କୁ ସେଠାରେ ଥଇଥାନ କରିବ ବିଏମସି । ଭୁବନେଶ୍ୱରରେ ୫ ଶହ ଭିକାରିଙ୍କ ରହିବା ଭଳି ୫ଟି ଥଇଥାନ କେନ୍ଦ୍ର ଅଛି । ପୂଜା ପୂର୍ବରୁ ଭିକାରିଙ୍କୁ ଥଇଥାନ କରିବାକୁ ବୈଠକରେ ନିଷ୍ପତ୍ତି ।