fbpx

ନବରାତ୍ରୀରେ ଏହି ରେଲୱେ ଷ୍ଟେସନରେ ମିଳୁଛି ସାତ୍ତ୍ୱିକ ଭୋଜନ, ଜାଣନ୍ତୁ କିପରି ଅର୍ଡର କରିବେ ?

ନୂଆଦିଲ୍ଲୀ: ନବରାତ୍ରୀ ସମୟରେ ଯେଉଁମାନେ ବ୍ରତ ରଖିଥାନ୍ତି ସେମାନେ ସଂପୂର୍ଣ୍ଣ ସାତ୍ତ୍ୱିକ ଭୋଜନ ଗ୍ରହଣ କରିଥାନ୍ତି । ଏହି ସମୟରେ ଟ୍ରେନ୍‌ରେ ଯାତ୍ରା କରୁଥିବା ଲୋକଙ୍କୁ ବହୁତ ଅସୁବିଧା ହୋଇଥାଏ ଯେଉଁମାନେ କେବଳ ସାତ୍ତ୍ୱିକ ଭୋଜନ ଗ୍ରହଣ କରିଥାନ୍ତି । ତେବେ ଏବେ ଆଉ ଆପଣ ଖାଦ୍ୟପେୟକୁ ନେଇ ଚିନ୍ତା କରନ୍ତୁ ନାହିଁ । ଆଇଆରସିଟିସି ଇ-କ୍ୟାଟରିଂ ସର୍ଭିସ ମାଧ୍ୟମରେ ଦେଶର କେତେକ ରେଳଷ୍ଟେସନରେ ସାତ୍ତ୍ୱିକ ଭୋଜନର ବ୍ୟବସ୍ଥା କରିଛି । ଏହି ସାତ୍ତ୍ୱିକ ଭୋଜନରେ ଶାଗୁଦାନା, କୁଟୁ ଅଟା ଓ ସୈନ୍ଧବ ଲବଣରେ ପ୍ରସ୍ତୁତ ଖାଦ୍ୟପଦାର୍ଥ ରହିଛି ।

ଦେଶର ୯୬ରୁ ଅଧିକ ଷ୍ଟେସନରେ ଏହି ସୁବିଧା ଆରମ୍ଭ କରିଦିଆଯାଇଛି ଯେଉଁଥିରେ ଦିଲ୍ଲୀ, ଜବଲପୁର, କାନପୁର, ରତଲାମ, ଜୟପୁର, ପାଟନା, ଝାନସୀ, ଔରଙ୍ଗାବାଦ ଆଦି ଷ୍ଟେସନ ରହିଛି । ଯାତ୍ରୀ ଯାତ୍ରା କରିବାର ୨ ଘଣ୍ଟା ପୂର୍ବରୁ ଅନଲାଇନରେ ନିଜ ଖାଦ୍ୟ ଅର୍ଡର କରିପାରିବ । ଏଥିପାଇଁ ଆଇଆରସିଟିସି ଇ-କ୍ୟାଟରିଂ ୱେବସାଇଟ୍ କିମ୍ବା ଫୁଡ୍ ଅନ୍ ଟ୍ରାକ୍ ଆପ୍ ମାଧ୍ୟମରେ ପ୍ରିପେମେଣ୍ଟ କରିବେ କିମ୍ବା ଖାଦ୍ୟ ଡେଲିଭରୀ ପରେ କ୍ୟାସ୍ ଦେଇପାରିବେ । ଖାଦ୍ୟ ଅର୍ଡର କରିବା ପରେ ଆପଣଙ୍କ ଖାଦ୍ୟ ଷ୍ଟେସନରେ ଆପଣଙ୍କ ସିଟ୍ ପାଖରେ ପହଞ୍ଚିଯିବ ।

Get real time updates directly on you device, subscribe now.