fbpx

ଏୟାର ଷ୍ଟ୍ରାଇକରେ ୫୦୦ଲୋକଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ ଏହି କଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାଜାର ଅଲ ଅହଲୀ ହସ୍ପିଟାଲରେ ହୋଇଥିବା ଏୟାର ଷ୍ଟ୍ରାଇକକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଯେଉଁମାନେ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ, ସେମାନଙ୍କୁ ରକ୍ଷା କରିବା କଥା ନୁହେଁ । ମଙ୍ଗଳବାର ଦିନ ଗାଜାର ଅଲ-ଅହଲୀ ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣରେ ହାରାହାରି ୫୦୦ ନାଗରିକଙ୍କର ମୃତ୍ୟୁ ଘଟିଛି ।

ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଗାଜାର ଅଲ ଅହଲୀ ହସ୍ପିଟାଲରେ ହୋଇଥିବା ଲୋକମାନଙ୍କ ମୃତ୍ୟୁକୁ ନେଇ ମୁଁ ଅତ୍ୟନ୍ତ ଦୁଃଖିତ । ମୃତକଙ୍କ ପରିବାର ପ୍ରତି ଆମର ସମ୍ବେଦନା ଜଣାଉଛୁ ଏବଂ ଆମେ ଆହତଙ୍କର ଖୁବ ଶିଘ୍ର ଠିକ ହେଉ ବୋଲି ପ୍ରାର୍ଥନା କରୁଛୁ । ଏହି ଯୁଦ୍ଧରେ ସାଧାରଣ ନାଗରିକମାନଙ୍କ ମୃତ୍ୟୁ ହେବା ଏକ ଗମ୍ଭୀର ଚିନ୍ତାର ବିଷୟ । ଯେଉଁ ଲୋକମାନେ ଏହି ମାମଲାରେ ସଂପୃକ୍ତ ଅଛନ୍ତି ସେମାନଙ୍କୁ ରକ୍ଷା କରିବା ଉଚିତ ନୁହେଁ ।

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲୁରହିଛି । ଦୁଇ ଜଣଙ୍କ ମଧ୍ୟରେ ଲଢେଇ ଚାଲିଛି । ଇସ୍ରାଏଲ ଗାଜା ଉପରେ ଆକ୍ରମଣ କରୁଛି ଏବଂ ସେମାନଙ୍କ ଭୂମୀରେ ସ୍ଥଳ ବାହିନୀ ସେନା ମଧ୍ୟ ଉତ୍ତର ଗାଜାରେ ଆକ୍ରମଣ କରିବ ବୋଲି କହିସାରିଛି । ତେବେ ସେଠାରେ ରହୁଥିବା ଲୋକଙ୍କୁ ସେହି ସ୍ଥାନ ଛାଡିଚାଲିଯିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ସେମାନେ ଏପରି ସ୍ଥିତିରେ ହସ୍ପିଟାଲକୁ ଖାଲି କରିବାକୁ ଚେତାବନୀ ଜାରି କରିଛନ୍ତି ।

ମଙ୍ଗଳବାର ବିଳମ୍ବିତ ରାତିରେ ଏହି ହସ୍ପିଟାଲରେ ଆକ୍ରମଣ ହେଇଛି ଏବଂ ପାଲେଷ୍ଟାଇନର ହମାସ ନିୟନ୍ତ୍ରିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏଠାରେ ରହୁଥିବା ଲୋକମାନଙ୍କ ମଧ୍ୟରୁ ୫୦୦ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ପ୍ରମାଣ ମିଳିଛି । ଏହାପରେ ଏହି ଅଭିଯୋଗ ଲଗାଯାଉଛି ଯେ, ଇସ୍ରାଏଲ ହସ୍ପିଟାଲ ଉପରେ ଆକ୍ରମଣ କରିଛି ଏବଂ ସାଧାରଣ ଲୋକଙ୍କୁ ହତ୍ୟା କରିଛି ।

Get real time updates directly on you device, subscribe now.