BIG BREAKING; ରାଉରକେଲାରେ ଫୁଟିଲା ଗୁଳି; ମୁଖାପିନ୍ଧା ଅବସ୍ଥାରେ ଆସି ଯୁବକଙ୍କୁ ଗୁଳି ମାଡ଼ କଲେ ଦୁର୍ବୁତ୍ତ

ଓଡିଶା ଭାସ୍କର; ରାଉରକେଲାରେ ଫୁଟିଲା ଗୁଳି । ମୁଖାପିନ୍ଧା ଅବସ୍ଥାରେ ଆସି ଯୁବକଙ୍କୁ ଗୁଳି ମାଡ଼ କଲେ ଦୁର୍ବୁତ୍ତ । ରାଉରକେଲା ବିଶ୍ରା ଥାନା ଆଇଟିଆଇ ନିକଟରେ ଏହି ଗୁଳି ମାଡ଼ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଯୁବକଙ୍କ ଛାତିରେ ଗୁଳି ବାଜିଥିବା କୁହାଯାଉଛି । ଏହା ପରେ ଆହତ ଜଣଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଗୋଷ୍ଠୀ ସଂଘର୍ଷରୁ ଏହି ଗୁଳି ମାଡ଼ ହୋଇଥିବା ଆଶଙ୍କା କରାଯାଉଛି । ମୁଖାପିନ୍ଧା ଅବସ୍ଥାରେ ୨ ଦୁର୍ବୁତ୍ତ ଆସି ଯୁବକଙ୍କୁ ଗୁଳି ମାଡ଼ କରିଥିଲେ । ଏହାର ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।

 

Get real time updates directly on you device, subscribe now.