ସ୍ୱପ୍ନରୁ ମିଳିପାରେ ଧନହାନୀ ହେବାର ସଂକେତ: ପ୍ରତିକାର ପାଇଁ ତୁରନ୍ତ କରିନିଅନ୍ତୁ ଉପାୟ

ଧର୍ମରୁ ଆରମ୍ଭ କରି ଜ୍ୟୋତିଷ ଶାସ୍ତ୍ର ତଥା ବାସ୍ତୁ ଶାସ୍ତ୍ର ପର୍ଯ୍ୟନ୍ତ, ସବୁ କ୍ଷେତ୍ରରେ ସ୍ୱପ୍ନ ଅନେକ ଗୁରୁତ୍ୱ ବହନ କରେ । ଏପରିକି ସ୍ୱପ୍ନକୁ ନେଇ ସ୍ୱପ୍ନ ଶାସ୍ତ୍ର ମଧ୍ୟ ଲେଖାଯାଇଛି । ତେବେ ରାତ୍ରିର ବିଭିନ୍ନ ପ୍ରହରରେ ଦେଖାଯାଇଥିବା ସ୍ୱପ୍ନର ଫଳ ଅଲଗା ହୋଇଥାଏ । କିଛି ସ୍ୱପ୍ନ ସୌଭାଗ୍ୟକୁ ଇଙ୍ଗିତ କରୁଥିବା ବେଳେ କିଛି ଦୁର୍ଭାଗ୍ୟର ସଂକେତ ମଧ୍ୟ ଦେଇଥାଆନ୍ତି । ତେବେ ଆଜି ଏପରି ସ୍ୱପ୍ନ ବିଷୟରେ ଜାଣିବା ଯାହାକୁ ବାସ୍ତୁ ଶାସ୍ତ୍ରରେ ଅଶୁଭ ବୋଲି ବିଶ୍ୱାସ କରାଯାଏ । ଯାହା ଦ୍ୱାରା ଆପଣଙ୍କର ଧନ ହାନୀ ହେବାର ମଧ୍ୟ ସମ୍ଭାବନା ରହିଛି ।

ବନ୍ଦ କବାଟ: ସ୍ୱପ୍ନରେ ବନ୍ଦ କବାଟ ଦେଖିବା ଅଶୁଭ ହୋଇଥାଏ । ଏହା ଆପଣଙ୍କର ଉନ୍ନତି ଓ ଧନ ପ୍ରାପ୍ତିର ମାର୍ଗ ବନ୍ଦ ହେବାର ସଂକେତ । ଏପରି ସ୍ୱପ୍ନ ଆସିଲେ ସଚେତନ ହୋଇଯାଆନ୍ତୁ ।

ଉଚ୍ଚ ସ୍ଥାନରୁ ପଡ଼ିଯିବାର ସ୍ୱପ୍ନ: ସ୍ୱପ୍ନରେ ନିଜକୁ ବାରମ୍ବାର ଉଚ୍ଚ ସ୍ଥାନରୁ ପଡ଼ିଯିବାର ଦେଖିବା ମଧ୍ୟ ଧନହାନୀର ସଂକେତ । ଏହା ଆପଣଙ୍କର ମନ ଭିତରେ ଲୁଚିଥିବା ଡର ଆଡ଼କୁ ମଧ୍ୟ ଇଙ୍ଗିତ କରିଥାଏ । ତେବେ ସମୟ ଥାଉ ଥାଉ ସେହି ଡରକୁ ଜାଣି ସେଥିରୁ ମୁକ୍ତି ପାଇବାକୁ ଚେଷ୍ଟା କରନ୍ତୁ ।

ଆଖିରେ କଜଳ ଳଗାଉଥିବା ସ୍ୱପ୍ନ: ସ୍ୱପ୍ନରେ ନିଜେ ଆଖିରେ କଜଳ ଲଗାଉଥିବା ସ୍ୱପ୍ନ ଦେଖିବା କୌଣସି ରୋଗ କିମ୍ବା ଶାରିରୀକ କଷ୍ଟର ସଂକେତ । ଏପରି ସ୍ଥିତିରେ ଛୋଟରୁ ଛୋଟ ଶରିରୀକ ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ ।

କାହାର କଟିଥିବା ହାତ ଦେଖିବା: କୌଣସି ବ୍ୟକ୍ତିର କଟିଥିବା ହାତ ମଧ୍ୟ ସ୍ୱପ୍ନରେ ଦେଖିବା ଶୁଭଙ୍କର ନୁହେଁ । ଏହା କୌଣସି ପ୍ରିୟଜନଙ୍କର ମୃତ୍ୟୁ କିମ୍ବା ମୃତ୍ୟୁ ସମାନ କଷ୍ଟ ଆଡ଼କୁ ଇଙ୍ଗିତ କରିଥାଏ ।

ଶୁଖିଯାଇଥିବା ବଗିଚା : ସ୍ୱପ୍ନରେ ଶୁଖିଯାଇଥିବା ବଗିଚା ଦେଖିବା ଆପଣଙ୍କ ଜୀବନରେ ଆସିବାକୁ ଥିବା କଷ୍ଟର ସଂକେତ ।

ସ୍ୱପ୍ନରେ ଭୂକମ୍ପ କିମ୍ବା ପର୍ବତ ହଲୁଥିବାର ଦେଖିବା: ଭୂକମ୍ପ କିମ୍ବା ପର୍ବତ ହଲୁଥିବାର ସ୍ୱପ୍ନ କୌଣସି ରୋଗ ବ୍ୟାପିବାକୁ ଯାଉଥିବାର ସଂକେତ । ଏପରି ଏକ ରୋଗ ଯାହା ଆପଣଙ୍କ ସୁଖମୟ ଜୀବନକୁ ଅସ୍ତବ୍ୟସ୍ତ କରିଦେଇପାରେ ।

Get real time updates directly on you device, subscribe now.