fbpx

ଭୋଟ ଦେଇ ସାରିବା ପରେ ମାଗଣାରେ ବୁଲନ୍ତୁ ଚିଡିଆଘର, ମତଦାନ ବୃଦ୍ଧି ଲାଗି ନଗର ନିିଗମର ନୂଆ ଯୋଜନା

ଇନ୍ଦୋର: ୧୭ ନଭେମ୍ବରରେ ମଧ୍ୟପ୍ରଦେଶରେ ହେବାକୁ ଯାଉଥିବା ଭୋଟ ଗ୍ରହଣ ଲାଗି ଆଜି ସନ୍ଧ୍ୟାରେ ସରୁଛି ନିର୍ବାଚନ ପ୍ରଚାର । ଭୋଟଦାନ ହାର କିପରି ଅଧିକ ରହିବ ସେଥିଲାଗି ରାଜ୍ୟରେ ବିଶେଷ ପ୍ରୟାସ କରାଯାଉଛି । ଭୋଟିଂ ହାର ବୃଦ୍ଧି ଲାଗି ପ୍ରଥମେ ଭୋଟରଙ୍କୁ ଉପମା ଜିଲାପି ଅଫର ଦିଆଯାଇଥିବା ବେଳେ ଏବେ ଆଉ ଏକ ନୂଆ କୌଶଳ ଆପଣା ଯାଇଛି । ଇନ୍ଦୋରରେ ନଗର ନିଗମ ପକ୍ଷରୁ ଆଉ ଏକ ଯୋଜନା ଲାଗୁ କରାଯାଇଛି । ଯେଉଁମାନେ ୧୨ଟା ପୂର୍ବରୁ ଭୋଟ ଦେବେ ସେମାନେ ମାଗଣାରେ ଯାଇ ଚିଡିଆଘର ବୁଲିପାରିବେ । ମତଦାତା ଚିଡିଆଖାନା ଗେଟ୍‌ରେ ଅଙ୍ଗୁଳିରେ ଲଗାଯାଇଥିବା ଭୋଟ୍ କାଳି ଚିହ୍ନ ଦେଖାଇ ମାଗଣାରେ ଚିଡିଆଖାନା ବୁଲିପାରିବେ ।

ଚିଡିଆଘର ଦାୟିତ୍ୱରେ ଥିବା ଅଧିକାରୀ ଉତ୍ତମ ଯାଦବ କହିଛନ୍ତି ରାଜ୍ୟରେ ଭୋଟଦାନ ବୃଦ୍ଧି ଲାଗି ନିଗମ ପକ୍ଷରୁ ଏପରି ଅଭିନବ ପଦକ୍ଷେପ ନିଆଯାଇଛି । ମତଦାତା ସେମାନଙ୍କ ଅଙ୍ଗୁଳିରେ ଲାଗିଥିବା ଭୋଟ କାଳି ଦେଖାଇ ଜୁ ମଧ୍ୟକୁ ଯାଇପାରିବେ । ଗଣତନ୍ତ୍ରର ଏହି ପର୍ବରେ କିପରି ଲୋକମାନେ ବହୁ ସଂଖ୍ୟାରେ ଯୋଗଦାନ କରିବେ ସେଥିପାଇଁ ନଗର ନିଗମ ପକ୍ଷରୁ ଏପରି ପ୍ରୟାସ କରାଯାଇଛି । ଏଠାରେ ସୂଚାଇ ଦିଆଯାଇପାରେ କି ଇନ୍ଦୋରରେ ମୋଟ ୯ ବିଧାନସଭା ସିଟ୍ ରହିଛି ଓ ଏଠାରେ ମୋଟ ୨୭ ଲକ୍ଷ ୬୨ ହଜାର ୫୦୩ ମତଦାତା ଅଛନ୍ତି ।

Get real time updates directly on you device, subscribe now.