fbpx
BSKY
BJD MC SKY
BJD YOUTH SKY

ପିଚରେ ହାଲୁକା ଘାସ ରହିଛି, କାଲି ପିଚ୍ ଧୀମା ରହିବ; ଅଧିନାୟକ ରୋହିତ ଶର୍ମା

ଅହମ୍ମଦାବାଦ; ନଭେମ୍ବର ୧୯ ବା ଆସନ୍ତାକାଲି ବିଶ୍ୱକପ ୨୦୨୩ ର ଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆର ଦଳ ମୁହାଁମୁହିଁ ହେବେ। ଫାଇନାଲ୍ ମ୍ୟାଚ୍ ସ୍ୱତନ୍ତ୍ର କରିବାକୁ ଭାରତୀୟ କ୍ରିକେଟ୍ ବୋର୍ଡ ଏବଂ ଗୁଜୁରାଟ କ୍ରିକେଟ୍ ଆସୋସିଏସନ୍ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ସେହିପରି ମ୍ୟାଚ ହେବାକୁ ଥିବା ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମର ସ୍ଥିତି ମଧ୍ୟ ଯାଞ୍ଚ ସରିଛି । ଅନ୍ୟପଟେ ଏହି ଟାଇଟଲ୍ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ସାମ୍ବାଦିକ ସମ୍ମିଳନୀରେ ଏକ ବଡ଼ ଖୁଲାସା କରିଛନ୍ତି । କାଲି ଖେଳା ଯିବାକୁ ଥିବା ପିଚ୍ ଧୀମା ରହିବ ବୋଲି ସେ ଅନୁମାନ କରି କହିଛନ୍ତି ।

ପିଚ୍ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ଯେ, ଭାରତ-ପାକ୍ ମ୍ୟାଚ୍ ଖେଳାଯାଇଥିବା ପିଚରେ ଘାସ ନଥିଲା, କିନ୍ତୁ ଏଥର ହାଲୁକା ଘାସ ରହିଛି। ମୁଁ ଆଜି ପିଚ୍ ଦେଖିନାହିଁ, କିନ୍ତୁ ପିଚ ଧୀମା ରହିବ । ଆମେ ଆସନ୍ତାକାଲି ପିଚ୍ ଦେଖିବୁ ଏବଂ ତା’ପରେ ପରିସ୍ଥିତିକୁ ପରଖିବୁ । ଖେଳାଳିମାନେ ଏ ବିଷୟରେ ଜାଣନ୍ତି। ଗତ ମ୍ୟାଚ ତୁଳନାରେ ପରିସ୍ଥିତି ବଦଳିଯାଇଛି, ତାପମାତ୍ରା କମିଛି। ତେବେ ରୋହିତ ଶର୍ମାଙ୍କ ଏହି ବୟାନ ପରେ କାଲି ମ୍ୟାଚ ଆରମ୍ଭ ହେବା ପୂର୍ବରୁ ପିଚକୁ ନେଇ କିଛି ପରିବର୍ତ୍ତନ ଅଣାଯାଇ ପାରେ ବୋଲି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.