fbpx

ରାଜ୍ୟ ଅର୍ଥ ବିଭାଗ ଜାରି କଲା ନିର୍ଦ୍ଦେଶନାମା: ସରକାରୀ କର୍ମଚାରୀଙ୍କୁ ଜୁଲାଇରୁ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ୯ ପ୍ରତିଶତ ମହଙ୍ଗା ଭତ୍ତା (ଡିଏ) ଲାଗୁ କରାଯାଇଛି । ଗତ ୬ ତାରିଖରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ଲାଗୁ କରିଥିଲା । ସରକାରୀ କର୍ମଚାରୀ ୨୨୧ ପ୍ରତିଶତ ମହଙ୍ଗା ଭତ୍ତା ପାଉଥିବା ବେଳେ ଏବେ ୨୩୦ ପ୍ରତିଶତ ପାଇବେ । ଏହା ଗତ ଜୁଲାଇ ମାସରୁ ପିଛିଲା ଭାବେ ଲାଗୁ ହେବ । ଏନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମାକୁ ଗ୍ରହଣ କରି ରାଜ୍ୟ ସରକାର ମହଙ୍ଗା ଭତ୍ତା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଷଷ୍ଠ ବେତନ କମିଶନଙ୍କ ସୁପାରିଶ ମୁତାବକ, ଏଣିକି ରାଜ୍ୟର ସରକାରୀ କର୍ମଚାରୀମାନେ ସଂଶୋଧିତ ହାରରେ ବେତନ ପାଇବେ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଲକ୍ଷାଧିକ କର୍ମଚାରୀ ଉପକୃତ ହେବେ । କେଉଁ ଶିକ୍ଷକ ଓ ଅଣଶିକ୍ଷକ ଡିଏ ପାଇବାକୁ ଯୋଗ୍ୟ ସେନେଇ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସ୍ପଷ୍ଟ କରିଛନ୍ତି ।

ଓଆରଏସପି ନିୟମ-୨୦୦୮ ଅନୁଯାୟୀ ଦରମା ପାଉଥିବା କର୍ମଚାରୀମାନେ ହିଁ ମହଙ୍ଗା ଭତ୍ତା ପାଇବାକୁ ଯୋଗ୍ୟ ହେବେ ବୋଲି କୁହାଯାଇଛି । ଚଳିତ ବର୍ଷ ଜୁଲାଇ ପହିଲା ସୁଦ୍ଧା ଚାକିରିରେ ଯୋଗ ଦେଇଥିବା ରାଜ୍ୟ ସରକାରଙ୍କ କର୍ମଚାରୀ ଏହି ସୁଯୋଗ ପାଇବେ । ସେହିପରି ବିଶ୍ୱବିଦ୍ୟାଳୟଗୁଡ଼ିରେ ନିୟମିତ ଭାବେ ଚାକିରି କରିଥିବା ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ, ଯେଉଁମାନଙ୍କ ସମ୍ପୂର୍ଣ୍ଣ ଦରମା ରାଜ୍ୟ ସରକାର ବହନ କରୁଛନ୍ତି ସେମାନେ ଏଥିପାଇଁ ଯୋଗ୍ୟ ହେବେ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ହାରରେ ନିଯୁକ୍ତି ପାଇଥିବା ଶିକ୍ଷକ, ଓଆରଏସପି (ମେଡିକାଲ କଲେଜ ଟିସର୍ଚ) ଆଇନ-୨୦୧୦ ଅଧିନରେ ନିଯୁକ୍ତି ପାଇଥିବା ମେଡିକାଲ କଲଜ ପ୍ରଫେସରମାନେ ମଧ୍ୟ ଏଥିପାଇଁ ଯୋଗ୍ୟ ହେବେ ।

Get real time updates directly on you device, subscribe now.