fbpx

ପୁଣି ଆକାଶରେ ଦେଖାଦେଲା ଅଜଣା ଉଡନ୍ତା ବସ୍ତୁ, ବାୟୁସେନାର ସର୍ଚ୍ଚ ଅପରେସନ ଜାରି

ନୂଆଦିଲ୍ଲୀ: ଗତକାଲି ରାତିରେ ଇମ୍ଫାଲ ଆକାଶରେ ପୁଣି ଏକ ଅଜଣା ଉଡନ୍ତା ବସ୍ତୁ ଦେଖିବାକୁ ମିଳିଥିଲା । ଏହାକୁ ଠାବ କରିବା ଲାଗି ବାୟୁସେନାର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଯାଇଛି । ଏହି ସର୍ଚ୍ଚ ଅପରେସନରେ ରାଫେଲ ଯୁଦ୍ଧ ବିମାନ ନିୟୋଜିତ କରାଯାଇଛି ।

ରବିବାର ରାତି ୨ଟା ୩୦ ମିନିଟ୍‌ରେ ଦେଖାଦେଇଥିଲା ଏହି ଅଜଣା ଉଡନ୍ତା ବସ୍ତୁ । ଏହା ଇମ୍ପାଲ ଏୟାରପୋର୍ଟ ନିକଟରେ ଦେଖିବାକୁ ମିଳିଥିଲା । ଫଳରେ ଇମ୍ପାଲରେ ବିମାନ ଉଡାଣ ପ୍ରଭାବିତ ହୋଇଥିଲା । ଏହାକୁ ଲକ୍ଷ୍ୟ କରି ବାୟୁସେନା ପକ୍ଷରୁ ଏୟାର ଡିଫେନ୍ସ ସିଷ୍ଟମକୁ ସକ୍ରିିୟ କରାଯାଇଛି ।

Get real time updates directly on you device, subscribe now.