fbpx

ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟକିଲା ଉଦ୍ଧାର କାର୍ଯ୍ୟ: କାହାରି ପାଖରେ ନାହିଁ କୌଣସି ଉତ୍ତର

ଉତ୍ତରକାଶୀ: ଉତ୍ତରକାଶୀ ଟନେଲ ଉପରେ ରହିଛି ସାରା ଦେଶବାସୀଙ୍କ ନଜର। ସୁଡ଼ଙ୍ଗ ଭିତରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଥିବା ବେଳେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟକିଯାଇଛି ଏହି ଉଦ୍ଧାର କାର୍ଯ୍ୟ। କେବେ ସମସ୍ତ ଶ୍ରମିକ ସୁଡ଼ଙ୍ଗରୁ ବାହାରିବେ ସେନେଇ କାହା ପାଖରେ କୌଣସି ଉତ୍ତର ନାହିଁ। ଡ୍ରିଲିଂ ବେଳେ ଅଗର ମେସିନ୍ ଭାଙ୍ଗିଯିବାରୁ ଖନନ କାର୍ଯ୍ୟରେ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ତେବେ ଅଗର ମେସିନ୍ ନୁହେଁ ବରଂ ପଥର ଖୋଳି ଖୋଳି ଏହାର ବ୍ଲେଡ ଗୁଡିକ ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି। ଫଳରେ ପାରମ୍ପରିକ ପଦ୍ଧତି ଅର୍ଥାତ ଶ୍ରମିକଙ୍କ ଦ୍ୱାରା ଖନନ କାର୍ଯ୍ୟ ଚାଲୁ ରହିବ ବୋଲି ସୂଚନା ମିଳିଛି।

ସେପଟେ ଟନେଲରେ ଫସିଥିବା ଶ୍ରମିକ ମାନେ ପରିବାର ଲୋକଙ୍କ ସହ କଥାବାର୍ତ୍ତା ହେବା ପାଇଁ ଲ୍ୟାଣ୍ଡ ଲାଇନର ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସୁଦ୍ଧା ଶ୍ରମିକ ମାନେ ସୁରକ୍ଷିତ ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟକିଯିବା ଖବର ସମସ୍ତଙ୍କୁ ଆତଙ୍କିତ କରିଦେଇଛି। ଅନ୍ୟପଟେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଆମେରିକାର ଏକ୍ସପର୍ଟ ଆର୍ନୋଲ୍ଡ ଡିକ୍ସ କିଛି ସମୟ ପୂର୍ବରୁ କହିଥିଲେ, “ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକ ଆସନ୍ତା ମାସେ ପର୍ଯ୍ୟନ୍ତ ବାହାରକୁ ବାହାରି ପାରିବେ ନାହିଁ । ଆସନ୍ତା ଖ୍ରୀଷ୍ଟମାସ ବା ଡିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଶ୍ରମିକ ଟନେଲ ଭିତରୁ ବାହାରିବା ହୁଏତ ସମ୍ଭବ ହୋଇନପାରେ ।”

Get real time updates directly on you device, subscribe now.