fbpx

ଫୁଟବଲ ମ୍ୟାଚରେ ଦର୍ଶକଙ୍କ ସିଟରେ ସେକ୍ସ ଡଲ୍, ୬୨ ଲକ୍ଷର ଜୋରିମାନା

ଖାଲି ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ଫୁଟବଲ ମ୍ୟାଚରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଲା, ଯାହାକୁ ନେଇ ସାରା ଦୁନିଆରେ ଚର୍ଚ୍ଚା ଚାଲିଛି । ମ୍ୟାଚ ସମୟରେ ଷ୍ଟାଡିୟମ ଭରିବାକୁ ଦର୍ଶକଙ୍କ ସିଟରେ ‘ସେକ୍ସ ଡଲ୍’ର ବ୍ୟବହାର ହୋଇଛି । ତେବେ କରୋନା ଭାଇରସ୍ ଯୋଗୁଁ ଦର୍ଶକଙ୍କ ଆସିବା ଉପରେ ପ୍ରତିବନ୍ଧକ ଲାଗିଛି । ଏନେଇ ତାଙ୍କ ସିଟରେ ସେକ୍ସ ଡଲକୁ ବସାଯାଇଥିଲା । କଣ୍ଢେଇ ଗୁଡିକୁ ବିଭିନ୍ନ ରଙ୍ଗର ପୋଷାକ ପିନ୍ଧାଇ ସିଟରେ ବସାଯାଇଥିବା ଦେଖିବାକୁ ମିଳିଥିଲା ।

ଏହି ଘଟଣା ପରେ ଅଧିକାରୀମାନେ କ୍ଳବ ଉପରେ ୧୦ କୋଟି ବୋନ୍ ବା ୮୧ ହଜାର ଡଲାର ଜୋରିମାନା ଲଗାଇଦେଲେ । ଭାରତୀୟ ରାଶିରେ ଯାହାର ମୂଲ୍ୟ ୬୨ ଲକ୍ଷ ୧୭ ହଜାର ଟଙ୍କା । ଶୀର୍ଷ ଲିଗର ଅଧିକାରୀମାନେ କହିଛନ୍ତି ଯେ, ଏପରି କରିବା ଦ୍ୱାରା ଫୁଟବଲ କ୍ଳବରେ ମହିଳା ପ୍ରଂଶସକମାନଙ୍କୁ ଅପମାନ ହୋଇଛି । ସୋସିଆଲ ମିଡିଆରେ ମଧ୍ୟ ଏହା ଖୁବ୍ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.