fbpx

ମିଜୋରାମରେ ବଦଳିଲା ଭୋଟ ଗଣତି ତାରିଖ, ଜାଣନ୍ତୁ କେବେ ହେବ ଗଣତି

ନୂଆଦିଲ୍ଲୀ:ଭାରତର ନିର୍ବାଚନ କମିଶନ ଶୁକ୍ରବାର ମିଜୋରାମ ବିଧାନସଭା ନିର୍ବାଚନର ଭୋଟଗଣନା ତାରିଖ ପରିବର୍ତ୍ତନ କରିଛନ୍ତି । ପୂର୍ବରୁ ଏହି ରାଜ୍ୟରେ ଡିସେମ୍ବର ୩ରେ ଭୋଟ ଗଣନା ହେବାକୁ ଥିବା ବେଳେ ଏବେ ଏହି ତାରିଖରେ ପରିବର୍ତ୍ତନ କରାଯାଇ ଏହାକୁ ଡିସେମ୍ବର ୪ କରାଯାଇଛି ।

କମିଶନ ଏହାର ବିଜ୍ଞପ୍ତିରେ କହିଛି ବିଭିନ୍ନ ମହଲରୁ ଅନୁରୋଧ ପରେ ନିିର୍ବାଚନ ଫଳାଫଳ ଘୋଷଣା ତାରିଖ ପରିବର୍ତ୍ତନ କରାଯାଇଛି । ବିଜ୍ଞପ୍ତିରେ କୁହାଯାଇଛି ଡିସେମ୍ବର ୩ ରବିବାର ହୋଇଥିବାରୁ ଏହି ଦିନଟି ମିଜୋରାମବାସୀଙ୍କ ଲାଗି ସ୍ୱତନ୍ତ୍ରତା ବହନ କରିଥାଏ । ତେଣୁ ବିଭିନ୍ନ ମହଲରୁ ଅନୁରୋଧକୁ ଦୃଷ୍ଟିରେ ରଖି ଭୋଟ ଗଣତି ତାରିଖରେ ପରିବର୍ତ୍ତନ କରାଯାଇଛି ।

ଏଠାରେ ସୂଚାଇ ଦିଆଯାଇପାରେ କି ମିଜୋରାମରେ ନଭେମ୍ବର ୭ରେ ଭୋଟଗ୍ରହଣ ହୋଇଥିଲା ଓ ଏଠାରେ ଭୋଟ ହାର ୮୦% ଉପରେ ଥିଲା ।

Get real time updates directly on you device, subscribe now.