ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିସାରିଛି । ଗୁରୁବାର ଦିଲ୍ଲୀରେ ହୋଇଥିବା ଚୟନକର୍ତ୍ତାଙ୍କ ବୈଠକ ପରେ ୩ଟି ଫର୍ମାଟ ପାଇଁ ଦଳ ଘୋଷଣା କରିଛି ବିସିସିଆଇ । କିନ୍ତୁ ୩ଟି ଫର୍ମାଟରେ ୩ ଜଣ ଖେଳାଳିଙ୍କୁ ଅଧିନାୟକ ପଦ ମିଳିଛି । ତେବେ ଏହି ଘୋଷଣା ପରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ ଆଲୋଚନା ହେବାରେ ଲାଗିଛି । ପୁଣିଥରେ ରୋହିତ ଏବଂ ବିରାଟ ଟି-୨୦ ସିରିଜରୁ ଦୂରେଇ ରହିବା ସହ ଏହି ଗସ୍ତରେ ଦିନିକିଆରୁ ମଧ୍ୟ ଓହରି ଯାଇଛନ୍ତି । ତେବେ ଏହି ନିଷ୍ପତ୍ତିକୁ ନେଇ ଅନେକ ଆଲୋଚନା ହେଉଥିବା ବେଳେ ବିସିସିଆଇ ଏହାର ପ୍ରକୃତ କାରଣ ଦର୍ଶାଇଛି ।
ଦକ୍ଷିଣ ଆଫ୍ରିକା ଗସ୍ତରେ ଦିନିକିଆ ଏବଂ ଟି-୨୦ ଦଳରୁ ଦୂରେଇ ରହିଛନ୍ତି ଅଧିନାୟକ ରୋହିତ ଏବଂ କିଙ୍ଗ କୋହଲି । ଦିନିକିଆ ବିଶ୍ୱକପରେ ଦମଦାର ପ୍ରଦର୍ଶନ ପରେ ସୀମିତ ଓଭରରୁ ନିଜକୁ ଦୂରେଇ ରକିବା ନିଷ୍ପତ୍ତି କ୍ରିକେଟ ଫ୍ୟନ୍ସେଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଏହାକୁ ନେଇ ବିସିସିଆଇ କହିଛି ଯେ, ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ସୀମିତ ଓଭର କ୍ରିକେଟର କିଛି ଦିନର ବିଶ୍ରାମ ପାଇଁ ଅପିଲ କରିଥିଲେ । ସେଥିପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଏବଂ ଟି-୨୦ ଦଳରେ ଉଭୟ ଖେଳାଳିଙ୍କୁ ସାମିଲ କରାଯାଇ ନାହିଁ । ଏହାବ୍ୟତୀତ ମହମ୍ମଦ ଶାମୀ ମଧ୍ୟ ବର୍ତ୍ତମାନ ଚିକିତ୍ସାଧୀନ ରହିଛନ୍ତି । ତେବେ ସେ ଟେଷ୍ଟ ସିରିଜ ପୂର୍ବରୁ ସୁସ୍ଥ ହେଲେ, ଦଳରେ ତାଙ୍କୁ ସୁଯୋଗ ମିଳିପାରିବ । ସେହିପରି ଅଭିମନ୍ୟୁ ଈଶ୍ୱରନ୍ ମଧ୍ୟ ସୁସ୍ଥ ହେଲେ ହିଁ ସିରିଜ ପାଇଁ ଉପଲବ୍ଧ ହୋଇପାରିବେ ।
Notes 👇👇
· Mr Rohit Sharma and Mr Virat Kohli had requested the Board for a break from the white-ball leg of the tour.
· Mr Mohd. Shami is currently undergoing medical treatment and his availability is subject to fitness.#SAvIND— BCCI (@BCCI) November 30, 2023
ଦକ୍ଷିଣ ଆଫ୍ରିକା ଭାରତର ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଟେଷ୍ଟ ପାଇଁ ଦକ୍ଷିଣ ଆଫ୍ରିକା ଯିବାକୁ ଚୟନ ହୋଇଛନ୍ତି । ତେବେ ରୋହିତ ଟେଷ୍ଟ ଦଳରେ ନେତୃତ୍ୱ ନେଇଥିବା ବେଳେ ଦିନିକିଆରେ କେ.ଏଲ ରାହୁଲ ମିଳିଛି ଅଧିନାୟକ ପଦ । ତେବେ ଟି-୨୦ ଦଳର ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ସମସ୍ୟା ଯୋଗୁଁ ଏହି ଗସ୍ତର ବାଦ୍ ପଡ଼ିଛନ୍ତି । ତେଣୁ ଟି-୨୦ ସିରିଜ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ନେତୃତ୍ୱ ପଦ ଦେଇଛି କ୍ରିକେଟ ବୋର୍ଡ । ଏହାସହିତ ଟେଷ୍ଟ ଦଳରୁ ବାଦ୍ ପଡ଼ିଛନ୍ତି ଟେଷ୍ଟ ମ୍ୟାଚ ସ୍ପେଶାଲିଷ୍ଟ ଅଜିଙ୍କ୍ୟା ରାହାଣେ ଏବଂ ଚେତେଶ୍ୱର ପୂଜାରା । ଦୀର୍ଘ ଅପେକ୍ଷା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ସଞ୍ଜୁ ସାମସନ ଏବଂ ଦୀପକ ଚହରଙ୍କୁ ସୁଯୋଗ ମିଳିଛି । ଏହାସହିତ ଅନେକ ଯୁବ ଖେଳାଳିଙ୍କୁ ଏହି ଗସ୍ତରେ ପଠାଇବା ପାଇଁ ନିଷ୍ପତ୍ତି ନେଇଛି ବିସିସିଆଇ ।