fbpx

Election Results ନାମରେ ହୋଇପାରେ ସ୍କାମ: Googleରେ ଦେଖିଚାହିଁ ସର୍ଚ୍ଚ କରନ୍ତୁ, ଲିଙ୍କରେ କ୍ଲିକ କଲେ ଅନ୍ୟ ସାଇଟକୁ ଚାଲିଯିବେ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ଚଳିତ ମାସ ୩ ତାରିଖରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ବିଧାନସଭାର ନିର୍ବାଚନ ଫଳାଫଳ ଘୋଷଣା ହେବ । ଏହା ପରେ ୪ ତାରିଖରେ ମିଜୋରାମ ବିଧାନସଭାର ଫଳାଫଳ ସାମ୍ନାକୁ ଆସିବ । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହି ୫ଟି ରାଜ୍ୟର ଫଳାଫଳ ଦେଶର ରାଜନୈତିକ ଦୃଶ୍ୟପଟ୍ଟ ପାଇଁ ବେଶ୍ ମହତ୍ତ୍ୱ ରଖୁଛି ।

ତେବେ କେଉଁ ରାଜ୍ୟରେ କିଏ ବାଜିମାତ୍ କରିବ ସେନେଇ ଦେଶର ଜନତା ଉତ୍ସୁକତାର ସହିତ ଚାହିଁ ରହିଥିବା ବେଳେ ଏନେଇ ସାବଧାନ ହେବା ନିହାତି ଆବଶ୍ୟକ । ସାଧାରଣ ଭାବେ ଜନସାଧାରଣ ବିଭିନ୍ନ ଉତ୍ସରୁ ନିର୍ବାଚନର ଫଳାଫଳ ଜାଣିଥାନ୍ତି । କିଛି ଲୋକ ଗୁଗଲରେ ମଧ୍ୟ ଏନେଇ ସର୍ଚ୍ଚ କରିଥାନ୍ତି । ତେବେ ଆପଣମାନେ ଯଦି ଏପରି କରୁଥାନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ରେଜଲ୍ଟ ଜାଣିବାକୁ ଯାଇ ଆପଣ ସ୍କାମର୍ସଙ୍କ ଶିକାର ହେବାର ସମ୍ଭାବନା ରହିଛି ।

ସ୍କାମରମାନେ ନିର୍ବାଚନ ରେଜଲ୍ଟ ସହ ଜଡ଼ିତ ଫର୍ଜି ସାଇଟ ପ୍ରସ୍ତୁତ କରି ରଖିଥାନ୍ତି । ଆପଣମାନେ ଏପରି ବିପଜ୍ଜନକ ସାଇଟକୁ ପ୍ରବେଶ କରିବା ମାତ୍ରକେ ଯଦି କୌଣସି ଲିଙ୍କରେ କ୍ଲିକ କରିଦିଅନ୍ତି ତେବେ ଆପଣଙ୍କ ଡିଭାଇସର ନିୟନ୍ତ୍ରଣ ସେମାନଙ୍କର ନିକଟକୁ ଚାଲିଯାଇଥାଏ । ଏଭଳି ସ୍ଥିତିରେ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଖାଲି ହେବାର ସମ୍ଭାବନା ରହିଥାଏ । ଏଥିସହିତ ବିପଜ୍ଜନକ ଲିଙ୍କରେ କ୍ଲିକ କରିବା ପରେ ଆପଣଙ୍କର ଡିଭାଇସରେ ଘାତକ ଭାଇରସ୍ ମଧ୍ୟ ଇନଷ୍ଟଲ ହୋଇପାରେ ଓ ସ୍କାମରମାନେ ଆପଣଙ୍କର ଆର୍ଥିକ ସମ୍ବନ୍ଧୀୟ ସୂଚନା ଚୋରି କରି ନେଇପାରନ୍ତି

Get real time updates directly on you device, subscribe now.