fbpx

କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗି

ଓଡିଶା ଭାସ୍କର: ଦୀର୍ଘଦିନର ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ, କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗି। ଆଜି ରାଜ୍ୟ କଂଗ୍ରେସ ଭବନ ଠାରେ ସେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ଅନ୍ୟାନ ବରିଷ୍ଠ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ସେ ଯୋଗ ଦେଇଛନ୍ତି। କଂଗ୍ରେସରେ ମିଶିବା ପରେ ବାପାଙ୍କୁ ମନେ ପକାଇଛନ୍ତି ଜୟରାମ। ବାପାଙ୍କ ଦଳରେ ଯୋଗ ଦେଲି ବୋଲି ସେ କହିଛନ୍ତି। ଆଜି ବାପାଙ୍କ ଆତ୍ମା ଖୁସି ହୋଇଥିବ କହିବା ସାଙ୍ଗକୁ ଆଗକୁ ଦଳର ନେତୃତ୍ୱ ନେବାକୁ ସେ ପ୍ରସ୍ତୁତ ଥିବା କହିଛନ୍ତି ।ଅନ୍ୟପଟେ ଜୟରାମ ପାଙ୍ଗୀ ବଞ୍ଚିଥିବା ପର୍ୟ୍ୟନ୍ତ ଆଦିବାସୀଙ୍କ ଜମିକୁ ହସ୍ତାନ୍ତର କରିବାକୁ ଦେବ ନାହିଁ ବୋଲି କଂଗ୍ରେସରେ ମିଶିବା ପରେ ସେ ପ୍ରତିକ୍ରିୟା ଦେଇଛନ୍ତି।

ସୂଚନା ଥାଉକି, କୋରାପୁଟର ପୂର୍ବତନ ସାଂସଦ ତଥା ବରିଷ୍ଠ ରାଜନେତା ଜୟରାମ ପାଙ୍ଗି କଂଗ୍ରେସରେ ମିଶିବା ନେଇ ଅନେକ ଦିନରୁ ଚର୍ଚ୍ଚା ହେଇଆସୁଥିଲା। କୁହାଯାଉଥିଲା, ସେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଓଡିଶା ଗସ୍ତ ସମୟରେ କଂଗ୍ରେସରେ ଯୋଗ ଦେବେ। ହେଲେ ହେବିୱେଟଙ୍କ ଗସ୍ତ ପୂର୍ବରୁ ସେ ହାତ ଧରିନେଇଛନ୍ତି। ପୂର୍ବରୁ ବିଆରଏସ, ବିଜେପି ଏବଂ ବିଜେଡିରେ ନେତୃତ୍ୱ ନେଇଥିବା ଜୟରାମ ପାଙ୍ଗି କଂଗ୍ରେସ ପାଇଁ କେତେ ଲାଭ ଦାୟକ ହେଉଛନ୍ତି ତାହା ଦେଖିବାକୁ ବାକି ରହୁଛି।

Get real time updates directly on you device, subscribe now.