fbpx

ମୋଦୀଙ୍କ ପ୍ରଥମ ପସନ୍ଦ ଆଇଫୋନ୍‌, ଜାଣନ୍ତୁ କେଉଁ ଭର୍ସନ ରହିଥାଏ ଭାରତର ପ୍ରଧାନମନ୍ତ୍ରୀଙ୍କ ହାତରେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଟେଷ୍ଟ ଟେକ୍ନୋଲଜି ଓ ଗ୍ୟାଜେଟସ୍ ବ୍ୟବହାର କରିବାକୁ ପସନ୍ଦ କରିଥାନ୍ତି । ସେ ନିଜେ ମଧ୍ୟ ଏହା ସ୍ୱୀକାର କରିଛନ୍ତି କି କିପରି ସେ ନୂଆ ନୂଆ ଟେକ୍ନୋଲଜି ବିଷୟରେ ଜାଣିବାକୁ ସର୍ବଦା ଆଗ୍ରହ ରଖିଥାନ୍ତି । ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ସେ ଲାଟେଷ୍ଟ ଆଇଫୋନ୍ ବ୍ୟବହାର କରୁଥିବାର ନଜର ଆସୁଛନ୍ତି । କିନ୍ତୁ ସୁରକ୍ଷା କାରଣରୁ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା ସମୟରେ ସ୍ମାର୍ଟଫୋନ୍‌ର ବ୍ୟବହାର ତ କରୁ ନ ଥିବେ । ପ୍ରଧାନମନ୍ତ୍ରୀଙ୍କ ପରି ଭିଆଇପି ନେତାମାନେ କମ୍ୟୁନିକେସନ ଲାଗି ସାଟେଲାଇଟ୍ କିମ୍ବା ର‌୍ୟାକ୍ସ(ରେଷ୍ଟ୍ରିକଟେଡ୍ ଏରିଆ ଏକ୍ସଚେଞ୍ଜ)ଫୋନ୍‌ର ବ୍ୟବହାର କରିଥାନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବହୁବାର ଆଇଫୋନ୍ ସହିତ ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ମୋଦୀଙ୍କର ଏପରି ବହୁ ଫଟୋ ଦେଖିବାକୁ ମିଳିଥାଏ ଯେଉଁଥିରେ ସେ ଅଲଗା ଅଲଗା ଫୋନ୍ ସହିତ ନଜର ଆସିଥାନ୍ତି । ତାଙ୍କ ହାତରେ ପ୍ରାୟ ସମୟରେ ଆପଲର ଆଇଫୋନ୍ ନଜର ଆସିଥାଏ । ଏଥିମଧ୍ୟରେ ଆଇଫୋନ୍ ୫ଏସ୍ ଓ ଲାଟେଷ୍ଟ ଆଇଫୋନ୍ ୧୫ ପ୍ରୋ ମାକ୍ସ ରହିଛି । ପ୍ରାୟ ସମୟରେ ପ୍ରଧାନମନ୍ତ୍ରୀଙ୍କ ହାତରେ ଆଇଫୋନ୍ ୫ଏସ, ୬, ଆଇଫୋନ୍ ୧୪ ପ୍ରୋ ମାକ୍ସ ଓ ୧୫ ପ୍ରୋ ମାକ୍ସ ନଜର ଆସିଥାଏ ।

ଏବେ ଏବେ ପ୍ରଧାନମନ୍ତ୍ରୀଙ୍କ ହାତରେ ଆଇଫୋନ୍ ୧୪/୧୫ ପ୍ରୋମାକ୍ସ ନଜର ଆସିଛି । କପ୍ ୨୮ ସମ୍ମିଳନୀରେ ଭାଗ ନେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏବେ ଦୁବାଇ ଗସ୍ତରେ ଅଛନ୍ତି । ଏହି ସମୟରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ସହ ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ପ୍ରଧାନମନ୍ତ୍ରୀଙ୍କ ହାତରେ ଏକ ଆଇଫୋନ୍ ନଜର ଆସୁଛି ।

Get real time updates directly on you device, subscribe now.