fbpx

ବଙ୍ଗୋପସାଗରରେ ବଳ ଗୋଟାଉଛି ଭୀଷଣ ବାତ୍ୟା ‘ମିଗଜୋମ’, ଓଡ଼ିଶାର ଏହି ୫ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ମିଗଜୋମ’ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେବ । ଗତ ୬ଘଣ୍ଟା ୧୪ କିମି ବେଗରେ ଅଗ୍ରସର ହେବ । ଅଧିକ ଘନୀଭୂତ ହୋଇ କାଲି ଉପକୂଳ ଅତିକ୍ରମ କରିବ । ନେଲୋର ଓ ମଛଲିପଟନମ୍‌ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ । ପବନର ବେଗ ୯୦ ରୁ ୧୦୦ କିମି ରହିବ । ଚେନ୍ନାଇରୁ ୧୩୦ କିମି ଦୂରରେ ଅଛି ବାତ୍ୟା ।

୫ ତାରିଖ ପୂର୍ବାହ୍ନ ବେଳକୁ ଅତି ଭୀଷଣ ବାତ୍ୟାର ରୂପ ନେଇ ନେଲୋର ଏବଂ ମଚ୍ଛଲିପଟନମ ନିକଟରେ ଲ୍ୟାଣ୍ଡଫଲ୍ କରିବ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ତଥା ଝଟକା ପବନ ୧୧୦ କିଲୋମିଟର ବେଗରେ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆନ୍ଧ୍ରପ୍ରଦେଶ ଓ ତତ୍ସଂଲଗ୍ନ ଉତ୍ତର ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ପାଇଁ ବାତ୍ୟା ଚେତାବନୀ ଜାରି କରାଯିବା ସହ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏହି ବାତ୍ୟା ପ୍ରଭାବରେ ଓଡ଼ିଶାରେ ସୋମବାରଠାରୁ ବର୍ଷା ସମ୍ଭାବନା ଥିବାରୁ ଫସଲକୁ ସୁରକ୍ଷିତ ସ୍ଥାନକୁ ନେବାରେ ବ୍ୟସ୍ତ ଅଛନ୍ତି ଚାଷୀ । ସେପଟେ କ୍ଷତିଗ୍ରସ୍ତ ଆଶଙ୍କା ଜିଲ୍ଲାର ଜିଲ୍ଲାପାଳ ଓ କୃଷି ଅଧିକାରୀମାନଙ୍କୁ ସଜାଗ ରହିବାକୁ ଏସ୍ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସୋମବାର ରାଜ୍ୟର କିଛି ସ୍ଥାନରେ ହାଲୁକା ଓ କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି । ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ସତର୍କ କରାଯାଇଛି । ସେହିପରି ଉପକୂଳ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ ବୋଲି କୁହାଯାଇଛି ।

Get real time updates directly on you device, subscribe now.