ଭୁବନେଶ୍ୱର: ବର୍ତ୍ତମାନ ରାଜଧାନୀରେ ଅନ୍ୟାୟ ବିରୋଧରେ ଆକ୍ସନ ମୋଡକୁ ଆସିଛି BMC । ଗୋଟିଏ ପରେ ଗୋଟିଏ ଜାଗାରେ ଚଢାଉ କରି ବେଆଇନ କାର୍ଯ୍ୟକୁ ବିଏମସି ନିପାତ କରୁଛି । ସେହିଭଳି ଆଜି ମଧ୍ୟ ରାଜଦାନୀ ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ରାଜଧାନୀ ଭୁବନେଶ୍ୱରର ଯେକୌଣସି ସ୍ଥାନରେ TO-LET ଲେଖୁଛନ୍ତି କି ? ତା’ହେଲେ ସାବଧାନ ହୋଇଯାଆନ୍ତୁ ! ଘର କିମ୍ବା ରୁମ୍ ପାଇଁ ଯେକୌଣସି ସ୍ଥାନରେ ବିଜ୍ଞାପନ ପୋଷ୍ଟର ମାରିବା ଏବେ ମହଙ୍ଗା ପଡ଼ିବ । କାରଣ ଭୁବନେଶ୍ୱର ସହରରେ କାନ୍ଥବାଡ଼ ଏବଂ ବିଦ୍ୟୁତ୍ ଖୁଣ୍ଟ ଇତ୍ୟାଦିରେ TO-LET ବିଜ୍ଞାପନ ଲଗାଇଲେ ଆପଣଙ୍କୁ ଜେଲ କିମ୍ବା ଜରିମାନା ଲାଗୁ କରାଯାଇପାରେ ।
ବର୍ତ୍ତମାନ ସମୟରେ ରାଜଧାନୀ ଭୁବନେଶ୍ୱରରେ ଅନେକ ଲୋକଙ୍କ ରୋଜାଗାରର ମାଧ୍ୟମ ପାଲଟିଛି ଘରଭଡ଼ା । ଘର ଭଡ଼ା ଆଦାୟ କରି ବେଶ୍ କିଛି ଆୟ କରିପାରୁଛନ୍ତି ଘର ମାଲିକ । ଏଥିପାଇଁ ବିଭିନ୍ନ ସ୍ଥାନରେ ଞଙ-ଖଋଞ ପୋଷଷ୍ଟର ମଧ୍ୟ ମାରି ଦେଉଛନ୍ତି । କିନ୍ତୁ ବର୍ତ୍ତମାନ ଏହା ମହଙ୍ଗା ପଡ଼ିବ । ଏହି କାଣ୍ଡ ପାଇଁ ବ୍ୟକ୍ତିଙ୍କୁ ଜରିମାନା ଲାଗୁ କରିବା ସହ ଜେଲ ମଧ୍ୟ ହୋଇପାରେ । ତେବେ ହଜାରେ କି ୨ ହଜାର ନୁହେଁ, ୩ ଜଣଙ୍କ ପାଖରୁ ପ୍ରାୟ ୫୦ ହଜାର ଟଙ୍କା ଲେଖାଏଁ ଫାଇନ କରିଛି BMC ଫାଇନ ଆଦାୟ କରିବା ସହ ବିଜ୍ଞାପନ ଲଗାଇଥିବା ସଂସ୍ଥା ନାମରେ ଥାନାରେ ଏତଲା ବି ଦେଇଛି ।
ଆଜି କାଲି ଯେଉଁଠି ସେଠି TO-LET ବିଜ୍ଞାପନ ଲଗାଯାଉଛି । ଗଳି କନ୍ଦି, କାନ୍ଥବାଡ କିମ୍ବା ବିଦ୍ୟୁତ୍ ଖୁଣ୍ଟରେ ସବୁଆଡ଼େ ଖାଲି ବିଜ୍ଞାପନ ପୋଷ୍ଟର । ଆଉ ସେଥିରୁ ଅଧିକାଂଶ କାଳେ ଫେକ୍ । ଯେଉଁଥି ପାଇଁ ଲୋକମାନେ ଠକେଇର ଶିକାର ହେଇଛି । ଲକ୍ଷ ଲକ୍ଷ ଟଙ୍କା ହାତରୁ ଯାଇଛି । ମୁଣ୍ଡ ବାଟେଇ ଦେଲେ ବି ସେ ଟଙ୍କା ଆଉ ଫେରି ପାଇନାହାନ୍ତି । ଏଇ କିଛି ଦିନ ହେବ ରାଜଧାନୀ ଭୁବନେଶ୍ୱରରେ ଞଙ-ଖଋଞ ବିଜ୍ଞାପନ ଲଗାଇ ଲୋକଙ୍କଠାରୁ ଠକେଇ ସହ ହଇରାଣ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ବିଏମ୍ସି ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରିଛି । ତେଣୁ ଏଥର କୌଣସି ବି ସ୍ଥାନରେ TO-LET ବିଜ୍ଞାପନ ଲଗାଇ ଗଣିବେ ମୋଟା ଅଙ୍କର ଫାଇନ ।