fbpx

ଟି-୨୦ରେ ଇତିହାସ ଲେଖିଲେ ଅଧିନାୟକ ସୂର୍ଯ୍ୟକୁମାର: ପଛରେ ପଡ଼ିଲେ ଏମ.ଏସ ଧୋନୀ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ରେ ପରାଜୟ ବରଣ କରିଛି ଟିମ ଇଣ୍ଡିଆ । ଡିଏଲଏସ ନିୟମ ଅନୁସାରେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚକୁ ୫ ୱିକେଟରେ ବିଜୟ ହାସଲ କରିଛି । ତେବେ ବର୍ଷା ଯୋଗୁଁ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ଷ୍ଟାର ଅଲରାଉଣ୍ଡର ରିଙ୍କୁ ସିଂହଙ୍କ ଦମଦାର ଅର୍ଦ୍ଧଶତକ ବିଫଳ ହୋଇଛି । ରିଙ୍କୁ ସିଂହ ଏହି ମ୍ୟାଚରେ ସର୍ବାଧିକ ୬୮(୩୯) ରନ୍ କରିତିବା ବେଳେ ସୂର୍ଯ୍ୟକୁମାର ମଧ୍ୟ ୫୮ ରନର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ତେବେ ସୂର୍ଯ୍ୟକୁମାର ଏହି ଇନିଂସ ସହ ଏକ ବଡ଼ ଇତିହାସ ସୃଷ୍ଟି କରିଛନ୍ତି । ଏହା ସହିତ ପୂର୍ବତନ ଅଧିନାୟକ ଏମ.ଏସ ଧୋନୀଙ୍କୁ ପଛରେ ପକାଇ ନୂଆ ରେକର୍ଡ କରିଛନ୍ତି ସୂର୍ଯ୍ୟକୁମାର ।

ଦ୍ୱିତୀୟ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଦଳ ୬ ରନରେ ୨ଟି ୱିକେଟ ହରାଇ ସଂଘର୍ଷ କରୁଥିଲା ଟିମ ଇଣ୍ଡିଆ । ଏହି ସମୟରେ ତିଲକ ବର୍ମା ଏବଂ ଅଧିନାୟକ ଦଳର ମଙ୍ଗ ଧରିଥିଲେ । ତେବେ ତିଲକ ଛୋଟ ପାଳି ଖେଳି ପାଭିଲିୟନ୍ ଫେରି ଯାଇଥିବା ବେଳେ ଅର୍ଦ୍ଦଶତକ ହାସଲ କରିଛନ୍ତି ସୂର୍ଯ୍ୟକୁମାର । ୩୬ ବଲରୁ ୫ଟି ଚୌକା ଏବଂ ୩ଟି ଛକା ସହ ୫୮ ରନ୍ ସଂଗ୍ରହ କରିବା ସହ ତାଙ୍କ ନାମରେ ଯୋଡ଼ି ହୋଇଛି ଏକ ବିରାଟ ଇତିହାସ । ଟି-୨୦ ଇତିହାସରେ ଏହା ସୂର୍ଯ୍ୟକୁମାରଙ୍କ ୧୭ତମ ଅର୍ଦ୍ଧଶତକ । ଏହାସହିତ ପୂର୍ବତନ ଅଧିନାୟକ ଏମ.ଏସ ଧୋନୀଙ୍କ ରେକର୍ଡ ଭାଙ୍ଗିଛନ୍ତି ସୂର୍ଯ୍ୟକୁମାର । ଦକ୍ଷିଣ ଆଫ୍ରିକାରେ ଟି-୨୦ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବାରେ ସୂର୍ଯ୍ୟକୁମାର ପ୍ରଥମ ଅଧିନାୟକ ପାଲଟିଛନ୍ତି । ଏହାପୂର୍ବରୁ ଅଧିନାୟକ ଭାବରେ ଧୋନୀ ସର୍ବାଧିକ ୪୫ ରନର ଇନିଂସ ଖେଳିଥିଲେ । ୨୦୦୭ ମସିହାରେ ଏହି ରେକର୍ଡ ନିଜ ନାମରେ କରିଥିଲେ ମାହି ।

ଏହାବ୍ୟତୀତ ସୂର୍ଯ୍ୟକୁମାର ଟି-୨୦ ଇତିହାସରେ ଆଉ ଏକ ବଡ଼ ରେକର୍ହକୁ ମଧ୍ୟ ନିଜ ନାମରେ କରିଛନ୍ତି । ଏହି ଇନିଂସ ସହ ସୂଯ୍ୟକୁମାର ଟି-୨୦ କ୍ୟାରିୟରରେ ୨୦୦୦ ରନ୍ ପୂରଣ କରିଛନ୍ତି । ତେବେ ଟି-୨୦ ଇତିହାସରେ ଦ୍ରୁତତମ କ୍ରିକେଟର ଭାବରେ କୋହଲିଙ୍କ ସହ ସମକକ୍ଷ ହୋଇଛନ୍ତି ସୂର୍ଯ୍ୟକୁମାର । କୋହଲି ୫୬ଟି ମ୍ୟାଚରେ ଏହି ରେକର୍ଡ କରିଥିବା ବେଳେ ସୂର୍ଯ୍ୟକୁମାର ମଧ୍ୟ ଏହି କାରନାମା କରିବାକୁ ୫୬ଟି ଇନିଂସ ନେଇଛନ୍ତି । ତେବେ ଏହାପରେ କେ.ଏଲ ରାହୁଲ ୫୮ଟି-୨୦ ମ୍ୟାଚରେ ୨୦୦୦ ରନ୍ ପୂରଣ କରିଛନ୍ତି ।

Get real time updates directly on you device, subscribe now.