fbpx

‘ସୂର୍ଯ୍ୟ’ ଝଡ଼ ପରେ କୁଳଦୀପଙ୍କ ‘ପଞ୍ଝା’: ପ୍ରଥମ ଥର ଆଫ୍ରିକାରେ ଟି-୨୦ ସିରିଜ ବରାବର

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜକୁ ବରାବର କରିଛି ଟିମ ଇଣ୍ଡିଆ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟି-୨୦ କ୍ରିକେଟରେ ଏକ ବଡ଼ ଇତିହାସ ଲେଖିଛି ଭାରତୀୟ ଦଳ । ତୃତୀୟ ଟି-୨୦ ମ୍ୟାଚ ଜିତି ଭାରତ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାରେ ଟି୨୦ ସିରିଜକୁ ବରାବର କରିବାରେ ସପଳ ହୋଇଛି । ଅଧିନାୟକ ସୂର୍ଯ୍ୟକୁମାର ଏବଂ ବାର୍ଥ ଡେ’ ବୟ କୂଳଦୀପଙ୍କ ଚମତ୍କାର ବୋଲିହକୁ ସାମନା କରିବା ଆଫ୍ରିକା ଖେଳାଳିଙ୍କ ପାଇଁ ସହଜ ହୋଇନି । ଫଳରେ ଭାରତର ୨୦୨ ରନକୁ ପିଛା କରି ଶୋଚନୀୟ ପରାଜୟର ସାମନା କରିଛି । ଦମଦାର ପ୍ରଦର୍ଶନ ଯୋଗୁଁ ସୂର୍ଯ୍ୟକୁମାରଙ୍କୁ ମ୍ୟାନ୍ ଅଫ ଦ ମ୍ୟାଚ ସହ ପ୍ଲେୟର ଅଫ୍ ଦ ସିରିଜ ମଧ୍ୟ ବିବେଚିତ କରାଯାଇଛି ।

ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ତଥା ଶେଷ ଟି-୨୦ରେ ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା ଘରୋଇ ଦଳ । ଏଡେନ ମାର୍କରମଙ୍କ ଏହି ନିଷ୍ପତ୍ତି ପ୍ରଥମେ ଉଚିତ୍ ମନେ ହେଉଥିବା ବେଳେ ପରେ ଏହାକୁ ମୋଡ଼ ବଦଳି ଯାଇଥିଲା । ଭାରତର ୨୦୨ ରନ୍ ଟାର୍ଗେଟକୁ ହାସଲ କରିବାରେ ଫେଲ ମାରିଛି ଦକ୍ଷିଣ ଆଫ୍ରିକା । ଫଳରେ ମାତ୍ର ୯୫ ରନରେ ଅଲ ଆଉଟ ହୋଇ ସିରିଜ ଜିତିବାର ସୁଯୋଗ ମଧ୍ୟ ହାତଛଡ଼ା କରିଛି । ତେବେ ୨୦୨ ରନର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଉପରେ ଏକା ଭାରୀ ପଡ଼ିଛନ୍ତି ବାର୍ଥ ଡେ’ ବୟ କୁଳଦୀପ । ଦ୍ୱିତୀୟ ଇନିଂସରେ ୫ଟି ୱିକେଟ ନେଇ ସେ ଭାରତକୁ ବିଜୟୀ କରାଇଛନ୍ତି । ୨.୫ ଓଭର ବୋଲିଂ କରି ମାତ୍ର ୧୭ ରନ୍ ବ୍ୟୟ କରିଥିବା ବେଳେ କୂଳଦୀପ ୫ଟି ୱିକେଟ ଅକ୍ତିଆର କରିଛନ୍ତି । ଫଳରେ ଏହି ମ୍ୟାଚ ଜିତି ଭାରତ ଟି-୨୦ ସିରିଜକୁ କବଜା କରିଛି । ତେବେ ଏହି ବିଜୟ ସହ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର ଟି-୨୦ ସିରିଜ ବରାବର କରିଛି ଟିମ ଇଣ୍ଡିଆ ।

 ମାତ୍ର ୨୯ ରନ୍ ଭିତରେ ଦୁଇଟି ୱିକେଟ ହରାଇ ବିପଦରେ ପଡ଼ିଥିଲା ଟିମ ଇଣ୍ଡିଆ । ଏହି ସମୟରେ ଅଧିନାୟକ ସୂର୍ଯ୍ୟକୁମାର ଏବଂ ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲଙ୍କ ଦମଦାର ଇନିଂସ ଭାରତକୁ ବଡ଼ ସ୍କୋରରେ ପହଞ୍ଚାଇଥିଲା । ମାତ୍ର ୫୬ ବଲରୁ ୮ଟି ଛକା ଏବଂ ୭ଟି ଚୌକା ସହ ବିସ୍ଫୋରକ ଶତକ ହାସଲ କରିଛନ୍ତି ସୂର୍ଯ୍ୟ । ଏହାବ୍ୟତୀତ ଜଏସ୍ୱାଲ ମଧ୍ୟ ୪୧ ବଲରୁ ୬୦ ରନର ଦମଦାର ଇନିଂସ ଖେଳିଛନ୍ତି । ଏହାପରେ କୁଳଦୀପ ୫ଟି ୱିକେଯ ନେଇଥିବା ବେଳେ ଜାଡେଜା ୨ଟି ୱିକେଟ ନିଜ ନାମରେ କରିଛନ୍ତି । ତେବେ ଷ୍ଟାର ବୋଲର ମୁକେଶ କୁମାର ଏବଂ ଅର୍ଶଦୀପ ସିଂହ ଗୋଟି ଲେଖାଏଁ ସପଳତା ହାସଲ କରିଛନ୍ତି । ଦମଦାର ବ୍ୟାଟିଂ ପାଇଁ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାରଙ୍କୁ ମ୍ୟାନ୍ ଅଫ ଦ ମ୍ୟାଚ ସହ ପ୍ଲେୟର ଅଫ୍ ଦ ସିରିଜ ମଧ୍ୟ ବିବେଚିତ କରାଯାଇଛି ।

https://twitter.com/BCCI/status/1735366567406325780?ref_src=twsrc%5Egoogle%7Ctwcamp%5Eserp%7Ctwgr%5Etweet

Get real time updates directly on you device, subscribe now.