fbpx

ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ଗୁଳି କରି ହତ୍ୟା, ପୋଲିସର ଖୋଳତାଡ଼ ଆରମ୍ଭ

ଇଟାନଗର: ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ । ଅରୁଣାଚଳ ପ୍ରଦେଶର ତିରପ ଜିଲ୍ଲା ରାହୋ ଗାଁରେ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡିଛି। ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ତାଙ୍କୁ ହତ୍ୟା କରିଥିବା ପୁଲିସ କହିଛି।

ସୂଚନା ଅନୁଯାୟୀ, ମୃତ ପୂର୍ବତନ ବିଧାୟକଙ୍କ ନାମ ୟସମେନ ମାଟେ। ୨୦୦୯ରେ କଂଗ୍ରେସ ଟିକେଟରେ ସେ ଖୋନସା ୱେଷ୍ଟ ଆସନରୁ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ। ଏହା ପରେ ୨୦୧୫ରେ ସେ ବିଜେପିରେ ଯୋଗ ଦେଇଥିଲେ। ରାଜନୀତିରେ ଯୋଗ ଦେବା ପୂର୍ବରୁ ସେ ଏକ ସରକାରୀ ଚାକିରି କରୁଥିଲେ। ତେବେ ରାଜନୀତି କ୍ଷେତ୍ରରେ ଥିବା ହେତୁ ସେ ବହୁ ସମୟରେ ଅନେକ ଲୋକଙ୍କ ସହ ମିଶୁଥିଲେ। ଏହି ପରି ସେ ତାଙ୍କର ତିନି ଜଣ ସମର୍ଥକ ସହିତ କୌଣସି ବ୍ୟକ୍ତିଗତ କାମରେ ରାହୋ ଗାଁକୁ ଯାଇଥିଲେ। ଏହି ସମୟରେ କେହି ଜଣେ ବ୍ୟକ୍ତି ତାଙ୍କୁ କୌଣସି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଗାଁ ନିକଟସ୍ଥ ଜଙ୍ଗଲ ଆଡ଼କୁ ନେଇ ଯାଇଥିଲା। ଏହାର କିଛି ସମୟ ପରେ ଗୁଳି ଫୁଟିବା ଶବ୍ଦ ଶୁଣି ଅନ୍ୟମାନେ ସେଠାକୁ ଧାଇଁ ଯାଇଥିଲେ। ସମସ୍ତେ ସେଠାରେ ପହଞ୍ଚିବା ପୂର୍ବରୁ ୟସମେନଙ୍କ ଦେହାନ୍ତ ଘଟିଥିବା କୁହାଯାଉଛି। ତେବେ ତାଙ୍କୁ ମୃତ ଅବସ୍ଥାରେ ଦେଖି ସେମାନେ ତୁରନ୍ତ ପୋଲିସକୁ ଏନେଇ ସୂଚନା ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପଠାଇଛି। ଅନ୍ୟପଟେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ମଧ୍ୟ ଚଢ଼ାଉ ଜାରି ରଖିଛି।

Ex Congress MLA Shot Dead Near Myanmar Border In Arunachal Pradesh
Yumsen Matey(Ex Congress MLA)

ସେପଟେ ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ୟସମେନ ମାଟେଙ୍କୁ ହତ୍ୟା କରିଥିବା ପୋଲିସ କହିଛି। କିନ୍ତୁ ଏହି ହତ୍ୟାକାଣ୍ଡ ଘଟାଇଥିବା ସନ୍ଦିଗ୍ଧ ଆତଙ୍କବାଦୀର ନାଁ କହିବାକୁ ଏସ୍‌ପି ମନା କରିଛନ୍ତି । ଅନ୍ୟପଟେ ପ୍ରତିବନ୍ଧିତ ସଂଗଠନ ନ୍ୟାଶନାଲ ସୋଶିଆଲିଷ୍ଟ କାଉନ୍‌ସିଲ ଅଫ୍ ନାଗାଲ୍ୟାଣ୍ଡ (କେୱାଇଏ)ର ଏଥିରେ ସଂପୃକ୍ତି ରହିଥିବା କୁହାଯାଉଛି।

Get real time updates directly on you device, subscribe now.