fbpx

‘ଏୟାର ଡ୍ୟାନ୍ସ’ କରି ପ୍ରଶଂସା ସାଉଁଟୁଛନ୍ତି ଏହି ମହିଳା

ପ୍ରତ୍ୟେକ ମନୁଷ୍ୟ ଭିତରେ କିଛି ନା କିଛି ପ୍ରତିଭା ଲୁଚି ରହିଥାଏ । ଅଧିକାଂଶ ଲୋକମାନେ ନିଜ ଭିତରେ ଥିବା ଲୁକାୟିତ ପ୍ରତିଭାକୁ ଦୁନିଆ ସାମ୍ନାରେ ଉପସ୍ଥାପିତ କରିଥାନ୍ତି । ଆଉ ଏହି ପ୍ରତିଭା ବଳରେ ସେମାନେ ଲୋକଙ୍କ ହୃଦୟ ଜିତିଥାନ୍ତି । ପ୍ରାୟ ଅନେକ ଲୋକଙ୍କୁ ଆମେ ଡ୍ୟାନ୍ସ କରିଥିବାର ଦେଖିଥାଉ । କିନ୍ତୁ କିଛି ଲୋକମାନେ ହିଁ ‘ଏୟାର ଡ୍ୟାନ୍ସ’ କରିଥାନ୍ତି । ଏଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ଏହି ଭିଡ଼ିଓରେ ଜଣେ ମହିଳା ଏକ ରଡ ଧରି ଲଟକୁଥିବା ଅବସ୍ଥାରେ ଡ଼ାନ୍ସ କରିଥିବାର ନଜର ଆସିଛନ୍ତି । ମାତ୍ର ୨୨ ସେକେଣ୍ଡର ଏହି ଡାନ୍ସ ଭିଡ଼ିଓ ସମସ୍ତଙ୍କୁ ଫିଦା କରି ସାରିଛି ।
ସୋସିଆଲ ମିଡ଼ିଆରେ @simrankaurpurewal ନାମକ ଜଣେ ୟୁଜର ଏହି ଭିଡ଼ିଓକୁ ଶେୟାର କରି କ୍ୟାପସନରେ ଲେଖିଛନ୍ତି, ‘Jab Dance Met Calisthenics’ । Calisthenics ହେଉଛି ଜିମନାଷ୍ଟିକ୍ ପରି ଏକ ବ୍ୟାୟାମ ।

Get real time updates directly on you device, subscribe now.