fbpx

କାଲିଠାରୁ କଟକରେ ମିଳିବ ଅନଲାଇନ ମଦ

କଟକ,୨୪/୫(ଓଡିଶା ଭାସ୍କର): କାଲିଠୁ କଟକରେ ମଦର ହୋମ୍‌ ଡେଲିଭରି ଆରମ୍ଭ ହେବ।
ସକାଳ ୭ରୁ ଦିନ ୧ଟା ଯାଏ ଅର୍ଡର ରଖିବେ ମଦ ଦୋକାନି । ଏହା ସହ ଦିନ ୧ରୁ ସଂଧ୍ୟା ୬ଟା ଯାଏ ଘରେ ପହଞ୍ଚାଇବେ ମଦ। ସ୍ବିଗି ଓ ଜୋମାଟୋରେ ମଦ ବିକ୍ରି ହେବନି। କେବଳ ଦୋକାନର କର୍ମଚାରୀ ଘରେ ପହଞ୍ଚାଇବେ ମଦ। କର୍ମଚାରୀଙ୍କ ସୁରକ୍ଷା ନେଇ ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ। ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

Get real time updates directly on you device, subscribe now.