fbpx

ଛତିଶଗଡ଼ର ବାଚସ୍ପତି ଭାବେ ନିର୍ବାଚିତ ହେଲେ ରମଣ ସିଂହ

ନୂଆଦିଲ୍ଲୀ: ଛତିଗଡ଼ରେ ୧୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରହିଥିବା ବିଜେପି ନେତା ରମଣ ସିଂହ ରାଜ୍ୟର ପରବର୍ତ୍ତୀ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ବାଚସ୍ପତି ପଦ ପାଇଁ ରମଣ ଗତ ୧୭ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ଏହି ନାମାଙ୍କନ ନେଇ ରମଣଙ୍କୁ ବିରୋଧୀଙ୍କ ପକ୍ଷରୁ ମଧ୍ୟ ସମର୍ଥନ ମିଳିଥିଲା । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବଘେଲ ନାମାଙ୍କନ ଦାଖଲ ସମୟରେ ରମଣଙ୍କ ସହିତ ଉପସ୍ଥିତ ଥିଲେ ।

ତେବେ ନାମାଙ୍କନ ଦାଖଲ ନେଇ ବିରୋଧୀଙ୍କ ସମର୍ଥନ ରହିଥିବାରୁ ଏହି ଅବସରରେ ରମଣ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ । ରାଜ୍ୟ ବିଧାନସଭାର ମୋଟ ୯୦ ଜଣ ସଦସ୍ୟଙ୍କ ପୂର୍ଣ୍ଣ ସମର୍ଥନ ପାଇଁ ତାଙ୍କର ପ୍ରୟାସ ପୂରଣ ହେବ । ଆଗାମୀ ୫ ବର୍ଷରେ ରାଜ୍ୟର ପ୍ରଗତି ହେବା ସହ ରାଜ୍ୟବାସୀଙ୍କ ହିତସାଧନ ପାଇଁ ବିଧାନସଭା ଗୃହର କାର୍ଯ୍ୟ ଠିକରେ ଚାଲିବା ଆବଶ୍ୟକ ବୋଲି ରମଣ କହିଥିଲେ ।

ସୂଚନାଯୋଗ୍ୟ ଯେ, ଗତ ୩ ତାରିଖରେ ଛତିଶଗଡ଼ ବିଧାନସଭା ନିର୍ବାଚନର ଫଳାଫଳ ଘୋଷିତ ହୋଇଥିବା ବେଳେ ୧୦ ତାରିଖରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବିଷ୍ଣୁଦେଓ ସାଏଙ୍କ ନାମ ଘୋଷଣା କରାଯାଇଥିଲା । ଏଥିସହିତ ରାଜ୍ୟ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଭାବେ ଅରୁଣ ସାଓ ଏବଂ ବିଜୟ ଶର୍ମାଙ୍କ ନାମ ମଧ୍ୟ ଘୋଷଣା କରାଯାଇଥିଲା । ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପିର ଶୀର୍ଷ ନେତୃବୃନ୍ଦ ଜଣେ ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଥିବା ବେଳେ ବରିଷ୍ଠ ନେତା ରମଣଙ୍କୁ ବାଚସ୍ପତି ଆସନରେ ବସାଇଥିଲେ । ରାଜ୍ୟରେ ଏଥର ବିଜେପି ୫୪ଟି ଆସନ ଜିତି ସରକାର ଗଠନ କରିଥିବା ବେଳେ କଂଗ୍ରେସ ୩୫ଟିରେ ଜିତି କ୍ଷମତାଚ୍ୟୁତ ହୋଇଥିଲା ।

Get real time updates directly on you device, subscribe now.