fbpx

ପୁଣି ଲାଗିବ କୋଭିଡ Booster Dose! ଲଗାତାର ବଢୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ମହାମାରୀ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଦୀର୍ଘ ଦିନର ବ୍ୟଧାନ ପରେ ପଣିଥରେ କରୋନା ସଂକ୍ରମଣ ବଢିଥିବା ଦେଖାଯାଇଛି । ତେବେ ବିଶେଷ କରି କେରଳରେ ଲଗାତାର ବୃଦ୍ଧି ପାଉଛି ଏହି କୋଭିଡ ସଂକ୍ରମଣ । କରୋନାର ନୂଆ ସବ୍-ଭାରିଆଣ୍ଟ ଜେ.ଏନ୍୧ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଦେଶରେ ବର୍ତ୍ତମାନ ମୋଟ ୧୭୦୦ରୁ ଅଧିକ କରୋନା ଆକ୍ଟିଭ କେସ୍ ରହିଛି । ତେଣୁ ଏବେ କରୋନାର ଏହି ନୂଆ ଭାରିଆଣ୍ଟ ଉପରେ ନଜର ରଖିବା ପାଇଁ ପରାମର୍ଶ ଦେଇଛନ୍ତି ଏକ୍ସପର୍ଟ । ଜିନମ ସିକ୍ୟୁଏନ୍ସିଂ ମଧ୍ୟ ବଢାଇବା ଉଚିତ ବୋଲି କୁହାଯାଇଛି ।

ତେବେ ଯଦି ଏହି ଭାରିଆଣ୍ଟ ଅଧିକ ଲୋକଙ୍କୁ ସଂକ୍ରମଣ କରୁଥାଏ, ତେବେ ଏହା ଆଗାମୀ ଦିନରେ କରୋନା ମାମଲାକୁ ବୃଦ୍ଧି କରାଇପାରେ । ବର୍ତ୍ତମାନ କରୋନାର ହାଲକା ଲକ୍ଷଣ ଦେଖାଯାଉଥିଲେ ବି ରୋଗୀଙ୍କ ଉପରେ ନଜର ରଖିବା ଆବଶ୍ୟକ । ଗତ ୬ ମାସରେ କୋଭିଡ ଟୀକାକରଣ ମଧ୍ୟ ହ୍ରାସ ପାଇଛି । କରୋନା ସଂକ୍ରମଣ କମିବା ପରେ ଲୋକେ ଟୀକା ନେବାରେ ମଧ୍ୟ କମ୍ କରି ଦେଇଥିଲେ । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ପୁଣିଥରେ ବୁଷ୍ଟର ଡୋଜ୍ ଲଗାଯିବା ନେଇ ପ୍ରଶ୍ନ ଉଠିଛି । ତେବେ ଏ ନେଇ ଡା. କମଲଜୀତ ସିଂହ କହିଛନ୍ତି ଯେ, କରୋନା ସଂକ୍ରମଣକୁ ନେଇ ଅଳ୍ପ ମାମଲା ସର୍ବଦା ଆସିବ । ଏହି ସଂଖ୍ୟାରେ କେବେ ଶୂନରେ ପହଞ୍ଚିବ ନାହିଁ । ଟେଷ୍ଟ ହେବା ସହ ଲୋକମାନେ ସଂକ୍ରମିତ ବୋଲି ମଧ୍ୟ ଚିହ୍ନଟ ହେବେ । ତେବେ ଭାଇରସର କ୍ଷମତା ବର୍ତ୍ତମାନ ହ୍ରାସ ପାଇସାରିଛି ।

ଏବେ କରୋନା ଭାଇରସ କମ୍ୟୁନିଟି ଭାବରେ ଉପସ୍ଥିତ ଥିଲେ ମଧ୍ୟ ଏହାର ପ୍ରଭାବ ପୂର୍ବ ପରି ନାହିଁ । ତେବେ ବୁଷ୍ଟର ଡୋଜକୁ ନେଇ ଲୋକମାନେ ନିଜ ଇଚ୍ଛାରେ ନିଷ୍ପତ୍ତି ନେଇପାରିବେ । ଇମ୍ୟୁନିଟି କମ୍ ଥିବା ଲୋକମାନଙ୍କୁ ବୁଷ୍ଟର ଡୋଜ୍ ଉପରେ ଧ୍ୟାନ ଦେବା ଆବଶ୍ୟକ । କିନ୍ତୁ ଏବେ ମାମଲା ସଂଖ୍ୟା ଏବଂ ଆକ୍ରାନ୍ତଙ୍କ ଲକ୍ଷଣ ଉପରେ ଧ୍ୟାନ ଦେବାକୁ ପଡ଼ିବ । କୋଭିଡ ସହ ଅନ୍ୟ ଶ୍ୱାସଜନିତ ସମସ୍ୟା ଏବେ ବିଭିନ୍ନ ଦେଶରେ ବ୍ୟାପିବାରେ ଲାଗିଛି । ତେଣୁ ଲୋକମାନଙ୍କ କରୋନା ପ୍ରତି ସତର୍କ ରହିବାକୁ ହେବ ବୋଲି କହିଛନ୍ତି ଡା. କମଲଜିତ ସିଂହ ।

Get real time updates directly on you device, subscribe now.